ବୁଢ଼ାବାହାଲ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ୯ ଜଣ ୱାର୍ଡ଼ ସଭ୍ୟଙ୍କ ସାମ୍ୱାଦିକ ସମ୍ମିଳନୀ

ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ବୁଢ଼ାବାହାଲ ପଞ୍ଚାୟତ ସରପଞ୍ଚ ଲତା କୁମ୍ଭାର ପଞ୍ଚାୟତ କାମରେ ମନମୁଖୀ ଓ ବିକାଶ କାମରେ ପିଶି କାରବାର ଏବଂ ସରପଞ୍ଚ ସ୍ବାମୀଙ୍କ ମାତ୍ରାଧିକ ପରିମାଣ ରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ଆଣି ପଞ୍ଚାୟତର ୯ ଜଣ ୱାର୍ଡ ସଭ୍ୟ ଉପ ଜିଲ୍ଲାପାଳ ଟିଟିଲାଗଡ ଠାରେ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ କରିଛନ୍ତି। ତେବେ ଏହି ପରିସ୍ଥିତିରେ ବୁଢ଼ାବାହାଲ ସରପଞ୍ଚ ଲତା କୁମ୍ଭାର ବଲାଙ୍ଗୀର ସାମ୍ୱାଦିକ ଭବନରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ କରି ତାଙ୍କୁ ଜାତିଆଣ ଆକ୍ଷେପ କରି ଅନାସ୍ଥା ପ୍ରସ୍ତାବ ଆଣିବା କହିବା ସହ ତାଙ୍କ ପୁଅକୁ କିଛି ସମିତି ହତ୍ୟା କରି ହତ୍ୟାକୁ ଗାଡି ଦୁର୍ଘଟଣାର ରୁପ ଦିଆଯାଇଥିବା କହିଥିଲେ। ତେବେ ଆଜି ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ପଞ୍ଚାୟତର ନାଏବ ସରପଞ୍ଚ ବିଜୟ ସେଲମା ଓ ୱାର୍ଡ଼ ସଭ୍ୟ ମୋହନ ସୁନା ସମିତି ସଭ୍ୟ ମଦନ ନାଗ (ମଣ୍ଟୁ), ନେପାଳ ସୁନା ସରପଞ୍ଚଙ୍କ କଥାକୁ ଖଣ୍ଡନ କରିବା ସହ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ତାଙ୍କ ପୁଅକୁ ୩ ବର୍ଷ ବିତି ଯାଇଥିବା ପରେ କିପରୀ ଭାବେ ହତ୍ୟା ଅଭିଯୋଗ ଆଣୁଛନ୍ତି ଓ ଅନାସ୍ଥା ପ୍ରସ୍ତାବର ସମର୍ଥନରେ କିଛି ଅନୁସୂଚିତ ଜାତିର ୱାର୍ଡ ସଭ୍ୟ ଥିବା ବେଳେ କିପରି ଭାବେ ଶ୍ରୀମତି କୁମ୍ଭାର ଅଭିଯୋଗ ଆଣୁଛନ୍ତି ତାହା ପ୍ରଶ୍ନ ସୃଷ୍ଟି କରିବା ସହ ତାଙ୍କ କଥାକୁ ଖଣ୍ଡନ କରିଛନ୍ତି। ଅନ୍ୟପଟେ ଗତ ୧୮ ତାରିଖ ଦିନ ଟିଟିଲାଗଡ ଉପ ଜିଲ୍ଲାପାଳ ଠାରେ ୯ ଜଣ ୱାର୍ଡ ସଭ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ କରିଥିବା ବେଳେ ଗତ କାଲି ସଇଁତଲା ବିଡ଼ିଓ ୱାର୍ଡ଼ ସଭ୍ୟ ମାନଙ୍କ ଦସ୍ତଖତ ଯାଞ୍ଚ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.