ଖଟଖଟିଆରେ ବିଶ୍ୱ ପରିବେଶ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା: ବିଶ୍ଵ ପରିବେଶ ଦିବସ ଅବସରରେ ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ଶିକ୍ଷକ ରଂଜୁ ଅମାତ ଙ୍କ ଆବହକତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ କଣ୍ଟାମାଲ ବିଇଓ ଅଶୋଭ ରଞ୍ଜନ ମାଳୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା ପାଇଁ ଗଛଟିଏ ର ମହତ୍ୱକୁ ପ୍ରତିପାଦନ କରିଥିଲେ।

ଏ ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।

ଏଥିରେ ଶିକ୍ଷକ ନୃପମଣୀ ମହାଳିକ,ସନୟାପବ୍ଲିକ ସ୍କୁଲ ଓ ଅରବିନ୍ଦ ଶିକ୍ଷାକେନ୍ଦ୍ରର ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଥିଲେ।

ବିଦ୍ୟାଳୟର କର୍ମଚାରୀ ତ୍ରିଲୋଚନ ଡାଙ୍ଗ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.