ମୂଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତ ଚୂଡ଼ାନ୍ତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା କାଲି ଜୁନ ୭ ତାରିଖ ଶନିବାର ଦିନ ସୋନପୁର ଗସ୍ତରେ ଆସୁଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମ ଠାରେ ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ ଏକ ବିରାଟ ସାଧାରଣ ସଭା ରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ମୂଖ୍ୟମନ୍ତ୍ରୀ ଙ୍କ ଏହା ପ୍ରଥମ ଥର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ। ବିଗତ ସରକାର ସମୟରେ ସୋନପୁର ରେ ଆଖି ଦୃଶିଆ କିଛି ଉନ୍ନୟନ ମୂଳକ କାମ ହୋଇ ନ ଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଥିବା ବେଳେ ସହର ବାସୀ ମୌଳିକ ଅଧିକାର ବସଷ୍ଟାଣ୍ଡ, ଅସମ୍ପୂର୍ଣ୍ଣ ରିଙ୍ଗ ରୋଡ, ସହର ଉନ୍ନତି କରଣ, ପର୍ଯ୍ୟଟନ ସ୍ଥଳୀ, ତଥା ଜିଲ୍ଲାରେ ଜଳସେଚନ କ୍ଷେତ୍ରରେ ଠୋସ ଆଖି ଦୃଶିଆ କିଛି କାର୍ଯ୍ୟ ହୋଇପାରି ନ ଥିବା ନେଇ ଜିଲ୍ଲାରେ ଲୋକଙ୍କ ଭିତରେ ବ୍ୟାପକ ଚାପା ଜନ ଅସନ୍ତୋଷ ଲାଗି ରହିଛି। ଏଣୁ ନୂତନ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ପ୍ରକଳ୍ପ ଶିଳାନ୍ୟାସ ନେଇ ସୋନପୁର ବାସୀ ଆଶାବାଦୀ ଅଛନ୍ତି। ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ଭାଜପା ଶିବିର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜିଲା ବାସୀ ମଧ୍ଯ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉ ଥିବା ବେଳେ ପୋଲିସ ପକ୍ଷରୁ ମଧ୍ଯ ଏସପି ନାରାୟଣ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯାଉ ଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.