କୃଷକ କ୍ଷେତ୍ର ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅଧିନସ୍ତ ନାରାୟଣପୁର ଠାରେ ଅବସ୍ଥାପିତ କୃଷି ଓ ପରାମର୍ଶ କେନ୍ଦ୍ର ପ୍ରାଙ୍ଗଣରେ ବିଶ୍ୱ ଅନ୍ତର୍ଜାତୀୟ ଶୁଷ୍କ ଅଞ୍ଚଳ ଚାଷ ଅନୁସନ୍ଧାନ କାରି ( ICARDA ) ଅନୁଷ୍ଠାନ ତରଫରୁ ଧାନ ପରବର୍ତ୍ତୀ ବ୍ୟାପକପରିଚାଳନା ଯୋଜନା ରବି ୨୦୨୪-୨୫ କୃଷକ କ୍ଷେତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି | ଏହି ଦିବସ ଉପଲକ୍ଷେ ବ୍ଲକ କୃଷି ଅଧିକାରୀ ସୁଜିତ କୁମାର ପାଢ଼ୀ ଉପସ୍ଥିତ ରହି ରବି ଋତୁରେ ରାସି,ମୁଗ,ବିରି, ବୁଟ,ବାଦାମ ଭଳି ଅନେକ ପ୍ରକାର ଲାଭକାରି ଫସଲ ଚାଷ ନିମନ୍ତେ ଉପସ୍ଥିତ କୃଷକ ସାଥି ଓ ଚାଷୀ ଭାଇ ଭଉଣୀ ମାନଙ୍କୁ ଅନୁରୋଧ ସହକାରେ ପ୍ରଶିକ୍ଷିତ କରିଥିଲେ | ଏଥିରେ( ICARDA )ର ଜିଲ୍ଲା ସଂଯୋଜକ ଲଷ୍ମୀନାରାୟଣ ରାଉତ ନିଜ ବକ୍ତବ୍ୟ ରେ ଦିନକୁ ଦିନ ତୁଳା ଚାଷ ବଡ଼ିବା ଜଗୁଁ ତ୍ୱଳବୀଜ ଜାତୀୟ ଚାଷ ସଙ୍କଟରେ ରହିଥିବାର ବାର୍ତ୍ତା ବାଣ୍ଟିଥିଲେ | ଏହି କାର୍ଯ୍ୟକ୍ରମ ଅବସରରେ ( ICARDA )ର କଲ୍ୟାଣ ସିଂହପୁର ବ୍ଲକ ଗୋଷ୍ଠୀ ସଂଯୋଜକ କେ. ଗୌରୀ ଶଙ୍କର,ଦୁଇ ଆଞ୍ଚଳିକ ସଂଯୋଜକ ବୋଳେଶ୍ୱର ଖଣ୍ଡୁରିଆ, ବଳରାମ କଚିମ୍,ବ୍ଲକର ସମସ୍ତ ପଞ୍ଚାୟତ ରୁ ଗ୍ରାମ୍ୟ କୃଷି କର୍ମଚାରୀ ଯଥା ମଞ୍ଜୁଳା ଷଡ଼ଙ୍ଗୀ,ମଞ୍ଜୁଳା ନାୟକ,ସୁଜାତା ସେଠି,ଏସ ଭାଗ୍ୟ ଲଷ୍ମୀ,ମୋନୋସା କୁମାରୀ ମହାନ୍ତି,ପୂର୍ଣଚନ୍ଦ୍ର ଗମାଙ୍ଗ,ଲଷ୍ମୀକାନ୍ତ କର, ସୁଶାନ୍ତ କୁମାର ନାୟକ,ସିମାଞ୍ଚଳ ସାହୁଙ୍କ ସହ ଆତ୍ମା ରୁ ବି ଟି ଏମ୍ ବୀରେନ୍ଦ୍ର ପାଢ଼ୀ,ପ୍ରଦୀପ୍ତ ମହାନ୍ତି ଉପସ୍ଥିତ ରହିଥିଲେ | ଉପରକ୍ତ କାର୍ଯ୍ୟକ୍ରମ ଟିକୁ ( ICARDA ) ର ସମସ୍ତ କର୍ମକର୍ତ୍ତା ଉପସ୍ଥିତି ରହି ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.