ଏକତା ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ସଭା 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପୂଜା କମିଟି ସଭା ଗୃହରେ ଏକତା ମଞ୍ଚ ତରଫରୁ କାଶିପୁର ବ୍ଲକର ସରପଞ୍ଚ, ସାମ୍ୱାଦିକ ଓ ଅଣ ଗେଜେଟେଡ଼ ସଂସ୍ଥାର ସଦସ୍ୟ ମାନଙ୍କୁ ଟ୍ରଫି ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । କାଶିପୁର ଅଞ୍ଚଳର ମା ଅଗ୍ନିକୁମାରୀ ସଙ୍ଘ, ଜଗନ୍ନାଥ ଶ୍ରମିକ ସଙ୍ଘ, କିନ୍ନର ସଙ୍ଘ, ଆଗମନ, କନ୍ଧ କୁଳ ଜାଗୃତି ସଙ୍ଘ, କାମଧେନୁ କ୍ଷୀର ସଙ୍ଘ, ନବଜ୍ୟୋତି ସଂଘ, ଦୋରା ସଙ୍ଘ, ସିଯିମାଳୀ ବଞ୍ଚାଅ ସଙ୍ଘ ଭଳି ଦଶଟି ସଙ୍ଘ ଏକତ୍ର ହୋଇ ଏକତା ଅନୁଷ୍ଠାନ ଗଠନ କରାଯାଇଥିଲା । ଏହି ଏକତା ଅନୁଷ୍ଠାନ ପକ୍ଷରୁ ଶ୍ରୀମତି ଜୟନ୍ତି ମହାନନ୍ଦିଆଙ୍କୁ ସଭାପତି ରୂପେ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଦୁଷ୍ମନ୍ତ କୁମାର ମହାନ୍ତି, ସମ୍ମାନୀତ ଅତିଥି ଶ୍ରୀ ଶଶିଭୂଷଣ ପଟ୍ଟନାୟକ, ଶ୍ରୀ ଗଣେଶ୍ବର ଭାଲିମଲ୍ଲ, ଶ୍ରୀମତୀ ଜୟନ୍ତୀ ମହାନନ୍ଦିଆ ଓ ଆଇନ ପରାମର୍ଶ ଦାତା ଶ୍ରୀ ଲାବଣ୍ୟ ପଟ୍ଟନାୟକଙ୍କୁ ମଞ୍ଚକୁ ଆମତ୍ରଣ କରାଯାଇଥିଲା । ଉପସ୍ଥିତ ଅତିଥି ମାନେ ନିଜ ନିଜ ଅଭିଭାଷଣ ରଖି ଅଣ ଗେଜେଟେଡ଼ ସଂସ୍ଥା ମାନେ ଏକତ୍ରିତ ହୋଇ ଏକତା ମଞ୍ଚକୁ ସୁଦୃଢ଼ ରଖିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ l କାଶିପୁର ଅଞ୍ଚଳ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକତା ବଜାୟ ରଖିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । କାଶିପୁର ଅଞ୍ଚଳରୁ ଦଶଟି ପଞ୍ଚାୟତର ସରପଞ୍ଚ ମାନଙ୍କୁ ଟ୍ରଫି ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ଦଶ ଜଣ ସାମ୍ୱାଦିକ ଚିତରଞ୍ଜନ ନାୟକ, ଛବିଳ ଲିମା, ଇପ୍ପିଲି ରମେଶ, ଆଶୁତୋଷ କୁମାର ପଟ୍ଟନାୟକ ଓ ଅନ୍ୟ ମାନଙ୍କୁ ଟ୍ରଫି ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ରବିନାରାୟଣ ଶତପଥୀ ସୁଚାରୁ ରୂପେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ଶ୍ରୀ ଲାବଣ୍ୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ସଭାକୁ ସମ୍ପନ୍ନ କରିଥିଲେ l 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.