ବିଧାନସଭା ଷ୍ଟାଣ୍ଡିଂ କମିଟିର ତାରା ତାରିଣୀ ଗସ୍ତ ଓ ମାଆଙ୍କ ଦର୍ଶନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର ସଦସ୍ୟ ମାନ୍ୟବର ବିଧାୟକ ଦେବିରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର, ଅମର କୁମାର ନାୟକ, ଦୁଷ୍ମନ୍ତ କୁମାର ସ୍ବାଇଁ, ନିଳମଣି ବିଷୋୟୀ ଓ ପବିତ୍ର ସାଉଁତାଙ୍କ ସମେତ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଜିଲ୍ଳାର ବହୁ ବ୍ଳକର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ପରେ ସରକାରୀ ଯୋଜନାର ଅନୁଧ୍ୟାନ କରିବା ସହିତ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ।

କମିଟି ସଦସ୍ୟ ପ୍ରଥମେ ଜଗନ୍ନାଥ ପ୍ରସାଦର ଗାୟାଗଣ୍ଡାରେ ନିର୍ମାଣାଧିନ ମେଗା ପାନୀୟ ଜଳ ପ୍ରକଲ୍ପରେ ପହଞ୍ଚିଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ କମିଟି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣାଧିନ ତାରସିଂ ଓ ଗାୟାଗଣ୍ଡା ଉଚ୍ଚ କ୍ଷମତା ସଂପନ୍ନ ସେତୁ କାର୍ଯ୍ୟର ତଦାରଖ କରିଥିଲେ। ଏହା ପରେ ଭଞ୍ଜନଗର ବ୍ଲକ ତିଲିସିଂ ଗ୍ରାମରେ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସେଠାରେ କମିଟି ସଦସ୍ୟ ମେଗା ପାନୀୟ ଜଳ ପ୍ରକଲ୍ପ କାର୍ଯ୍ୟ ର ତଦାରଖ କରିଥିଲେ। ପରେ ଜାମପଲ୍ଲୀ ଗ୍ରାମକୁ ଯାଇ ସେଠାରେ ମଧ୍ୟ ସରକାରୀ ପ୍ରକଲ୍ପ କାର୍ଯ୍ୟ ର ତଦାରଖ କରିଥିଲେ।ପରେ କମିଟି ସଦସ୍ୟ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମୀଳନୀ କକ୍ଷ ରେ ପଞ୍ଚାୟତିରାଜ,ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଲ୍ପ କାର୍ଯ୍ୟ ର ଅଗ୍ରଗତି ଉପରେ ସମିକ୍ଷା କରିଥିଲେ। ପ୍ରକଲ୍ଫ କାର୍ଯ୍ୟ ସଠିକ ସମୟରେ ସମ୍ପୂର୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଷ୍ଟାଣ୍ଡିଂ କମିଟି ନିର୍ଦେଶ ଦେଇଛନ୍ତି।

କମିଟିଙ୍କ ଗସ୍ତ ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକ ଶେଷରେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଷ୍ଟାଣ୍ଡିଂ କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସାଂଣ୍ଡିଙ୍ଗ କମିଟି ମାଆ ତାରା ତାରିଣୀଙ୍କୁ ଦର୍ଶନ କରିବାକୁ ପାହାଡ଼ ଉପରକୁ ଯାଇଥିଲେ | ଉପରେ ସେମାନଙ୍କୁ ଛତ୍ର ପୁର ଏଡିଏମ(ଜେନେରାଲ) ପ୍ରମୋଦ କୁମାର ପୃଷ୍ଟି, ପୂର୍ତ୍ତ ବିଭାଗ ଏସି ସନ୍ଦୀପ ପାଣିଗ୍ରାହୀ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ପୁରୁଷୋତ୍ତମପୁର ବିଡ଼ିଓ ଶରତ କୁମାର ପାତ୍ର, ପାହାଡ଼ ଉପରେ ଥିବା ପୂର୍ତ୍ତ ବିଭାଗ ବ୍ରହ୍ମ ପୁର ଯେଇ ଙ୍କ ସହ ମୁଖ୍ୟ ସେବାୟତ ବାପୁଜୀ ରଣା ଓ ଅନ୍ୟ ସେବାୟତ ମାନେ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା କରି ମନ୍ଦିର ପାଖକୁ ପାଛୋଟି ନେଇଥିଲେ | ଏବଂ ଷ୍ଟାଣ୍ଡିଙ୍ଗ କମିଟି ମଧ୍ୟ ମାଆ ତାରାତାରିଣୀଙ୍କ ଆଶିଷ ଭିକ୍ଷା ଲାଭକରୀ ପାହାଡ଼ ତଳର ସୌନ୍ଦର୍ଯ୍ୟ ଦର୍ଶନ କରି ବହୁତ ଖୁସି ହୋଇ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.