ଶୀତଳ ଷଷ୍ଠୀ ଯାତ୍ରାରେ ଯୋଗଦେଲେ ବିଧାୟକ ପ୍ରତାପ ନାୟକ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପାରମ୍ପରିକରୀତି ନୀତି ପ୍ରକାରେ ଓ ଆଡମ୍ବର ସ‌ହକାରେ ମହା ସମାରୋହରେ ପ୍ରଭୁ କାଳେଶ୍ଵର (ଚନ୍ଦ୍ରଶେଖର ମହାଦେବଙ୍କ ସହ ମାତା ପାର୍ବତୀ ଙ୍କ) ବିଭାହ ସମ୍ପନ୍ନ ଓ ଶୀତଳ ଷଷ୍ଠୀ ଯାତ୍ରା ଶେଷ ହୋଇଯାଛି | ଏହି ଅବସର ରେ ବାଣିଆ ଗ୍ରାମର କଳାଠାକୁର ନାଟ୍ୟ ସଙ୍ଘ ର ରାମାୟଣ ନାଟକ ବଡ଼ ଖରିଡା ଗ୍ରାମରେ ମଞ୍ଚସ୍ଥ ହୋଇଯାଇଛି। ଠାକୁରଙ୍କ ଏହି ବିବାହ କାର୍ଯ୍ୟକ୍ରମ ପାଇଁ ସବୁ ଦେବ, ଦେବୀ ଓ ଶିବଭକ୍ତ ଏବଂ ଲୋକଙ୍କ ମନୋରଞ୍ଜନ ନିମନ୍ତେ ରାମାୟଣ ନାଟକ ପରିବେଷଣ କରାଯାଇଥିଲା | ଏହି ନାଟକକୁ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉଦଘାଟନ କରିଥିବାବେଳେ ତାଙ୍କ ସହ ଖରିଡା ସରପଞ୍ଚ ପ୍ରତିନିଧି ରମେଶ ଚନ୍ଦ୍ର ଦଳେଇ, ଯୁବ ନେତା ସୀତାରାମ ପାଣିଗ୍ରାହୀ, ସରୋଜ ଦାଶ, ଲିଟୁନ ଦାଶ, ଭୁତ ସରସିଙ୍ଗି ସରପଞ୍ଚ ମନୋଜ ଦାଶ, ଅରଖ ପୁର ପୂର୍ବତନ ବ୍ଳକ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ପ୍ରଶାନ୍ତ କୁମାର ଦାଶ, କାଉନ ସିଲର ଭାସ୍କର ବେହେରାଙ୍କ ସହିତ ବଡ଼ ଖରିଡା ଗ୍ରାମ୍ୟ ନେତା ମୋହିନୀ ଗଉଡ଼, ଗୋପାଳ ବାରିକ, ଟିକି ତ୍ରିପାଠୀ, ବଣ୍ଟି ବାରିକ, ତାପସ ପ୍ରଧାନ, ହର ପ୍ରସାଦ ମିଶ୍ର,କାଳୁ ଚରଣ ପ୍ରଧାନ, ଟୁଲୁ ମୁନି,ବିଭୁ ପ୍ରସାଦ ମହାପାତ୍ର ପ୍ରମୁଖଙ୍କ ସହିତ ଗ୍ରାମବାସୀ, ଯୁବ ଗୋଷ୍ଟି, ସ୍ଵେଛା ସେଵୀ ଏହି ନାଟକ ପରିବେଷଣ ରେସକ୍ରିୟ ରହି ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.