ବାଟବଣା ମନରେଗା ଯୋଜନା : କାମ କରି ମଜୁରୀ ପାଉ ନାହାଁନ୍ତି ଶ୍ରମିକ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଗରିବ ଶ୍ରେଣୀର ଲୋକଙ୍କ ଜୀବନ ଜୀବିକା ପାଇଁ କାମ ଧନ୍ଦା ଯୋଗାଇ ଦେବାକୁ କେନ୍ଦ୍ର ସରକାର ୨୦୦୫ ମସିହାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ପ୍ରଣୟନ କରିଥିଲେ । ହେଲେ ଏହି ଆଇନ ଏବେ ବାଟବଣା ହେବାକୁ ବସିଲାଣି । ଶ୍ରମିକ ମାନେ କାମ କରି ମାସ ମାସ ବିତି ଯାଉଥିଲେ ସୁଦ୍ଧା ମଜୁରୀ ଟଙ୍କା ପାଉ ନଥିବା ଅଭିଯୋଗ ହୋଇଛି । ଲୋକେ କାମ କରି ମଜୁରୀ ଟଙ୍କା ନପାଇବା ଫଳରେ ଭୋକ ଉପବାସରେ ଜୀବନ ବିତାଉଛନ୍ତି । ଆଉ କିଛି ଶ୍ରମିକ ସାହୁକାର ମାନଙ୍କ ଠାରୁ ଧାର ଉଦ୍ଧାର କରି ଖାଦ୍ୟ ସାମଗ୍ରୀ ଆଣି ନିଜ ପେଟ ସହ ପରିବାରର ପେଟ ପୋଷୁଛନ୍ତି । ମନରେଗା ଯୋଜନାରେ କାମ କରି ଶ୍ରମିକ ମାନେ ମଜୁରୀ ଟଙ୍କା ସଠିକ୍ ଭାବେ ପାଉ ନଥିବା ଯୋଗୁଁ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଦାରିଙ୍ଗବାଡି ବ୍ଲକରେ ପାଖାପାଖି ୧ ଲକ୍ଷ ଶ୍ରମ ଦିବସ ବାବଦକୁ ୨ କୋଟି ୬୧ ଲକ୍ଷ ୧୩ ହଜାର ୩୧ ଟଙ୍କା ଶ୍ରମିକ ମାନେ ପାଇବାକୁ ଅଛନ୍ତି । ହଜାର ହଜାର ଶ୍ରମିକ କାମ କରି ମଜୁରୀ ଅପେକ୍ଷାରେ ରହିଛନ୍ତି । ଏପ୍ରିଲ ମାସ ୨୩ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଯେଉଁ ଶ୍ରମିକ ମାନେ ୱାଟ, ରାସ୍ତା, କେନାଲ ଆଦି କାର୍ଯ୍ୟ କରିଛନ୍ତି ତାହା ବାବଦକୁ କୌଣସି ମଜୁରୀ ଟଙ୍କା ପାଇ ନାହାନ୍ତି । ମନରେଗା ନିୟମନୁସାରେ ଶ୍ରମିକ କାମ କରିବାର ୭ ଦିନ ମଧ୍ୟରେ ମଜୁରୀ ଟଙ୍କା ପାଇବାର ପ୍ରାବଧାନ ରହିଛି । ହେଲେ ଶ୍ରମିକ ଏଠି କାମ କରି ୨ ମାସ ବିତିଯାଇଥିଲେ ସୁଦ୍ଧା ମଜୁରୀ ଟଙ୍କା ନପାଇ ହତାଶ ହୋଇ ରହିଛନ୍ତି । ଖାଲି ଦାରିଙ୍ଗବାଡି ବ୍ଲକ ନୁହଁ ବରଂ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏଭଳି ପରିଷ୍ଟିତି ରହିଛି । କେବେ ମଜୁରୀ ଟଙ୍କା ମିଳିବ ଆଉ ଶ୍ରମିକ ମାନେ ସେମାନଙ୍କ ହକ୍ କେବେ ପାଇବେ ତାକୁ ନେଇ ଦେଖିବାକୁ ବାକି ରହିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.