ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଶାନ୍ତପୁର ଗ୍ରାମ ପଞ୍ଚାୟତ ର ପାଜିବାହାଳି ଗ୍ରାମର ସାପୁଆଁ ପଡାରେ ଯିବା ପାଇଁ ରାସ୍ତା ନଥିଲା। ଲୋକଙ୍କ ଯିବା ଆସିବାରେ ଅନେକ ସମସ୍ୟା ସୃଷ୍ଟି ହେଉଥିଲା। ଏହାବାଦ ଗ୍ରାମର ଛାତ୍ର ଛାତ୍ରୀ ମାନେ ପାଠ ପଡିବାରେ କଚା ରାସ୍ତା ବାଧାପ୍ରାପ୍ତ ହେଉଥିଲା। ଶାନ୍ତପୁର ସମିତି ସଭ୍ୟ ଜୟ ମେହେର ଏହି ସମସ୍ୟା ବିଷୟରେ ବିଧାୟିକା ଙ୍କ ସହିତ ଆଲୋଚନା କରି ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ। ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଙ୍କ ପ୍ରଚେଷ୍ଟାରେ ଏହି ସମସ୍ୟା ସମାଧାନ ପାଇଁ ବିଧାୟିକା ନିଜର ପାଣ୍ଠି ରୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିଛନ୍ତି। ଏଣୁ ଆଜି ଛତିକୁଡା ଛକ ପିଡବ୍ଲୁଡି ରାସ୍ତା ଠାରୁ ପାଜିବାହାଳି ସାପୁଆ ପଡାକୁ ରାସ୍ତା ସଂଯୋଗୀ କରଣ ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି। ରାସ୍ତା କାମ ଏବେ ଆରମ୍ଭ ହୋଇଗଲାଣି। ଗ୍ରାମ ବାସୀଙ୍କ ଦୁଃଖ ବୁଝିଲେ ନର୍ଲା ବିଧାୟିକା। ଏଣୁ ଏଥିପାଇଁ ବିଧାୟିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାପୁଆ ପଡ଼ା ଗ୍ରାମବାସୀ। ଏହାବାଦ ଗ୍ରାମର ପିଲା ମାନଙ୍କ ପାଠ ପଢାକୁ ଦୃଷ୍ଟି ରେ ରଖି ଖୁବ ଶୀଘ୍ର ଏକ କମ୍ୟୁନିଟି କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ଜନପ୍ରିୟ ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି।