୩ ଦଫା ଦାବୀ ନେଇ ତହସିଲ ଅଫିସ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଲା ଜନ ସଂଗ୍ରାମ ସମିତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ସକାଳ ୧୦ ଘଣ୍ଟା ସମୟରୁ ଗୋଲାମୁଣ୍ଡା ବ୍ଲକର ବିଭିନ୍ ସମସ୍ୟାକୁ ନେଇ ତହସିଲ ଅଫିସ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦେଇଛି ଜନ ସଂଗ୍ରାମ ସମିତି । ଜନ ସଂଗ୍ରାମ ସମିତିର ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ବ୍ଲକର କୋଣ ଅନୁକୋଣରୁ ଆସିଥିବା ଶତାଧିକ ଚାଷୀ ଏକ ଜୁଟ ହୋଇ ଗୋଲାମୁଣ୍ଡା ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ୩ ଦଫା ଦାବୀ ନେଇ ଧାରଣାରେ ବସିଥିବା ଧାରଣାକାରୀଙ୍କ ଦାବୀ ଗୁଡିକ ହେଲା ବ୍ଲକର ୨୦୨୪/୨୫ ବର୍ଷର ରବି ଋତୁରେ କ୍ଷତି ସହିଥିବା ମୁଗ ଚାଷୀଙ୍କୁ ତୁରନ୍ତ ବୀମା ଟଙ୍କା ଓ ଚାଷୀଙ୍କୁ ତୁରନ୍ତ ଚିହ୍ନଟ କରି ସରକାରୀ ସହାୟତ ରାଶି ପ୍ରଦାନ କରାଯାଉ । ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଯାଏଁ ଆସିଥିବା ଇନ୍ଦ୍ରାବତୀ କେନାଲକୁ ସଂପ୍ରସାରଣ କରି ଚାଷୀଙ୍କୁ ପାଣି ଯୋଗାଇଦେବା ଓ ଭୁଲ ଡିଜାଇନରେ କେନାଲ ନିର୍ମାଣ କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗୋଲାମୁଣ୍ଡା ବ୍ଲକର ଉଦନ୍ତି ନଦୀରେ ବ୍ୟାରେଜ ନିର୍ମାଣ କରାଯାଉ । ଏହି ଧାରଣାରେ ଜନ ସଂଗ୍ରାମ ସମିତି ସଂପାଦକ ଅନିଲ କୁମାର ମଲ୍ଲିକଙ୍କ ସମେତ,କୃଷ୍ଣଚନ୍ଦ୍ର ମୁଣ୍ଡ, ଘନ ରଣା, ଦିଲୀପ ମାଝୀ, ଅଗସ୍ତି ମାଝୀ, ଦାଉତ ହରପାଳ, ମାଧବ ମାଝୀ, ମଧୁ ମାଝୀ, ଅବତାର ଧାରୁଆ, ଜଗନ୍ନାଥ ମାଝୀ, ରେଙ୍ଗା ମାଝୀ, ଅର୍ଜୁନ ମୁଣ୍ଡ, ଅସାରୁ ମାଝୀ, ଭଜନ ମାଝୀ, ଗୋବର୍ଦ୍ଧନ ଛତ୍ରୀଆ ପ୍ରମୁଖ ବସିଛନ୍ତି । ଦାବୀ ପୁରଣ ନହେବା ପର୍ୟ୍ଯନ୍ତ ଧାରଣା ଜାରୀ ରହିବ ବୋଲି ଜନ ସଂଗ୍ରାମ ସମିତି ସଭାପତି ଶ୍ରୀ ମଙ୍ଗରାଜ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.