ଲାଞ୍ଜିଆ ସୌରା ଜନଜାତିଙ୍କୁ ଜିଲ୍ଲା ପ୍ରଶାସନର ସଚେତନତା ବାର୍ତ୍ତା

ଓଡ଼ିଆ ବାର୍ତ୍ତା/ ଗୁଣୁପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ ଗୁଣପୁର ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ପ୍ରଥମେ ଡ଼ମ୍ବସରା ଏବଂ ଚାଲଖମ୍ବା ପଞ୍ଚାୟତ ଗ୍ରସ୍ତ କରି ବିକଶିତ ଗାଁ ଏବଂ ବିକଶିତ ଓଡ଼ିଶାର ପ୍ରକଳ୍ପ ପରିଦର୍ଶନ କରିଥିଲେ ଏବଂ ତତ୍ ପରେ ପୁଟାସିଂ ଗ୍ରାମ ପଞ୍ଚାୟତ ଠାରେ ଅପରହ୍ନ ଘ: ୦୩.୦୦ମି ସମୟରେ ଗ୍ରାମ୍ୟ ସ୍ତରୀୟ ସ୍ୱଚ୍ଛତା ଶିବିର ବୈଠକରେ ଯୋଗ ଦେଇଥିଲେ । ଉକ୍ତ ଶିବିର ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ ସମୟ ସୀମା ଅର୍ଥାତ ତା.୩୦.୦୯.୨୦୨୫ ରିଖ ମଧ୍ୟରେ ସମସ୍ତ ଅସମ୍ପୂର୍ଣ ଏବଂ ନୂତନ ଭାବେ ଚିହ୍ନଟ ହୋଇଥିବା ପ୍ରଧାନ ମନ୍ତ୍ରୀ ଜନ ମନ ଯୋଜନା ହିତାଧିକାରୀମାନେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ବୈଠକରେ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଧାର୍ଯ୍ୟ ସମୟ (୪ ମାସ) ମଧ୍ୟରେ ସମସ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ ହେଲେ ହିତାଧିକାରୀ ମାନଙ୍କୁ ଟ.୨୦୦୦୦ /- ଙ୍କା ସରକାରଙ୍କ ତରଫରୁ ପ୍ରତ୍ସାହନା (incentive) ରାଶି ପ୍ରଦାନ କରାଯାଉଥିବା ଆଲୋକପାତ କରାଯାଇଥିଲା । ଗୃହ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ କରିବାକୁ ଉପସ୍ଥିତ ସମସ୍ତ ହିତାଧିକାରୀ ଏକ ସ୍ବରରେ ସହମତି ପ୍ରକାଶ କରିଥିଲେ । ଏହା ବ୍ୟତୀତ ଗାଁ ପରିବେଶକୁ କେମିତି ସଫା ସୂତରା ରଖିବା, ପାଇଖାନାର ସଠିକ୍ ବ୍ୟବହାର କରିବା ଏବଂ ବାହ୍ୟ ମଳ ମୁକ୍ତ ଗ୍ରାମ୍ୟ ଉପରେ ମଧ୍ୟ ଲୋକଙ୍କୁ ସଚେତନ କରିଥିଲେ | ଉକ୍ତ ଶିବିର ରେ ୭୦୦ରୁ ଉର୍ଦ୍ଧ୍ବ (PVTG) ଅଞ୍ଚଳରୁ ଲାଞ୍ଜିଆ ସୌରା ଜନ ଜାତି ଅଂଶ ଗ୍ରହଣ କରିଥିଲେ । ଏହି ଶିବିରରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ଦୋରା,ଜିଲ୍ଲା ପରିଷଦ ରାୟଗଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଏସୀୟ ଶବର, ଏବଂ ପୁଟାସିଂ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସହ ସମସ୍ତ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.