ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର କଲେଜର ୬୨ ତମ ପ୍ରତିଷ୍ଠା ଦିବସ ଅବସରରେ ପୂରାତନ ଛାତ୍ର ସଙ୍ଘ୍ ପକ୍ଷରୁ ସୋନପୁର କଲେଜ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୋନପୁର ଏସପି ନାରାୟଣ ନାୟକ ଓ କଲେଜ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ପୂରାତନ ଛାତ୍ର ସଙ୍ଘର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ, ସଂପାଦକ ଭାରତ ଭୁଷଣ ଦାଶ, ଉପଦେଷ୍ଟା ସିତାଂଶୂ ଶେଖର ମିଶ୍ର ରକ୍ତ ଦାନ କରିବା ପାଇଁ ନୂତନ ରକ୍ତ ଦାତଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ପୂରାତନ ଛାତ୍ର ସଙ୍ଘର ଉପ ସଭାପତି ଗତିକୃଷ୍ଣ ମିଶ୍ର, ସହ ସମ୍ପାଦକ ବିଶ୍ୱବିର ମିଶ୍ର, କୋଷାଧ୍ୟକ୍ଷ ବିଶ୍ଵ ରଞ୍ଜନ ପୂଝାରୀ ଏବଂ ପ୍ଲାବନ ମହାପାତ୍ର, ସ୍ୱରୂପ ପାତ୍ର, ଶାଶ୍ବତ ମିଶ୍ର ପ୍ରମୁଖଙ୍କ ସହ ସମସ୍ତ କାର୍ଯ୍ୟକର୍ତ୍ତା ଓ ଜିଲ୍ଲା ରକ୍ତଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା, ଶୁଭମ ମିଶ୍ର ସହଯୋଗ କରିଥିଲେ । ଜିଲ୍ଲା ବାର ଆସୋସିଏସନ୍, ବୁଢ଼ାରଜା ସ୍ବେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ଓ ସାମ୍ବାଦିକ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଜିଲ୍ଲା ରକ୍ତ କେନ୍ଦ୍ରର ଡ଼ା. ଚିତ୍ତ ରଞ୍ଜନ ତ୍ରିପାଠୀ, କାଉନସିଲର ଜଗତ ଦାରୁଅନ୍, ଲେଵ ଟେକ୍ନିଶିଆନ ସତ୍ୟବ୍ରତ ତାଣ୍ଡି, ଯୁଧିଷ୍ଟିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।