ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀଙ୍କ ଉପରେ ଘରୋଇ କମ୍ପାନୀର ଦାଦାଗିରି ଅଭିଯୋଗ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସଦର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଫେଇ ଦାୟିତ୍ଵ ନେଇଥିବା ଘୋରୋଇ ଅଭିରାମ କମ୍ପାନୀ ର ସଫେଇ କର୍ମଚାରୀଙ୍କ ଉପରେ ଦାଦାଗିରି ଅଭିଯୋଗ ହୋଇଛି। ଏ ନେଇ ଆଜି ସଫେଇ କର୍ମଚାରୀ ସମୂହ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ବେଳେ ଏକ ଦାବୀ ପତ୍ର ଏଡିଏମ ରାଜେନ୍ଦ୍ର ମାଝୀଙ୍କୁ ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପ୍ରାୟ ୪୦ ପୁରୁଷ ୩୦ ମହିଳା ସଫେଇ କର୍ମଚାରୀ ନିୟୋଜିତ କରି କମ୍ପାନୀ ହଇରାଣ ହରକତ କରୁଛି। ତାଙ୍କ କହିବା ମୁତାବକ ଦରମା ଠିକ୍ ସମୟରେ କୌଣସି ମାସ ଦିଆଯାଉନାହିଁ। ପ୍ରତ୍ୟେକ ମାସ ଅଭିଯୋଗ କଲା ପରେ ପୁରା ପଇସା ଦିଆଯାଉନାହିଁ । ମୂଳ ଦରମା ରୁ କେଉଁ ବାବଦରେ କେତେ ପଇସା ଇପିଏଫ ନା କଣ କଟୁଛି କର୍ମଚାରୀ ଜାଣି ପାରୁ ନ ଥିବା ବେଳେ ପଚାରିଲେ ନାଲି ଆଖି ଦେଖାଉଛି ଅଭିରାମ ସଂସ୍ଥା। ସମସ୍ତେ ଗୋଟିଏ ଗୋଟିଏ ମଣିଷ ମାତ୍ର ସକାଳ ୬ ଟା ରୁ ୯ଟା ପର୍ଯ୍ୟନ୍ତ ଯେତେ ବେଳେ କାମ ସାରି କ୍ଳାନ୍ତ ହୋଇ ଯାଆନ୍ତି ଟିକେ ରେଷ୍ଟ କଲେ ଅଭିରାମ କମ୍ପାନୀ ର ସୁପରଭାଇଜାର ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ । ଯଦି ଜିଲ୍ଲାପାଳଙ୍କୁ ଏ ବିଷୟରେ ଜଣାଇବ ତାହେଲେ ଚାକିରିରୁ ବହିଷ୍କୃତ ନଚେତ୍ ସୁବର୍ଣ୍ଣପୁରରୁ ପ୍ରାୟ ୬୦ କିଲୋମିଟର ଉର୍ଦ୍ଧ୍ବରେ ସ୍ଥିତ ଡୁଙ୍ଗୁରିପାଲି ଉପଖଣ୍ଡ ଚିକିତ୍ସାଳୟ କୁ ବଦଳି କରିଦେବା ଧମକ ଦେଉଛନ୍ତି ଅଭିରାମ ଏଜେନ୍ସିର ଅଧିକାରୀ। ଠିକ୍ ସମୟ ରେ ଦରମା, ମଣିଷ ଭଳି ବ୍ୟବହାର, ଇପିଏଫ ଡିପୋଜିଟ, ସ୍ଥାନୀୟ କର୍ମଚାରୀ ଙ୍କୁ ସ୍ଥାନୀୟ ହସ୍ପିଟାଲରେ ନିଯୁକ୍ତି ପ୍ରମୁଖ ଦାବି ରଖି ମନରେ ସାହସ ବାନ୍ଧି ଜିଲ୍ଲାପାଳ ଅନ୍ୟା ଦାସଙ୍କ ପାଖକୁ ପହଞ୍ଚିଥିଲେ ସଫେଇ କର୍ମଚାରୀ। ମାତ୍ର ଜିଲ୍ଲାପାଳ ଙ୍କୁ ନ ଭେଟି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଙ୍କୁ ସାକ୍ଷାତ କରି ଏକ ଅନୁରୋଧ ପତ୍ର ଦେଇଛନ୍ତି ସଫେଇ କର୍ମଚାରୀ ସଂଘ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.