୧୧୬ତମ ଶିକ୍ଷା ଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ଼ସ୍ଥିତ ମହିଳା ମହାବିଦ୍ୟାଳୟରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗନାଇଜେସନ୍ ଏବଂ ସ୍ବସ୍ତି ହେଲଥ କେୟାର ପ୍ରା. ଲି., ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ଜଗନ୍ନାଥ ସଂସ୍କୃତି ଉପରେ ୧୧୬ତମ ଶିକ୍ଷା ଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଲିଙ୍ଗରାଜ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଡ. ପଦ୍ମାଳୟା ଦଣ୍ଡସେନା, ଅଧ୍ୟାପିକା ମମତା ତ୍ରିପାଠୀ, ସରିତା ସାମନ୍ତରାୟ, ଲିପିରାଣୀ ବାଗ, ସୁଜାତା ସାହୁ, ଭାଗ୍ୟବତୀ ମିଶ୍ର, ଉମେଶ ସୁନା ପ୍ରମୁଖ ମଞ୍ଚାସୀନ ଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ବଙ୍କିମ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠନର ଯୁଗ୍ମ ସଂପାଦକ ରଜତ ବଂଶଲ ବିସ୍ତୃତ ଭାବେ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଯୁବ ସଂଗଠକ ଅବିନାଶ ମୁଣ୍ଡ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଜଗନ୍ନାଥ ସଂସ୍କୃତି ଉପରେ ବିଭିନ୍ନ ପ୍ରଶ୍ନ ପଚରାଯାଇ କୃତୀ ଛାତ୍ରୀମାନଙ୍କୁ ସମ୍ମାନୀତ ଓ ପୁରସ୍କୃତ କରାଯାଇଥିଲା। ନିରୁପମା ବଗର୍ତ୍ତି ପ୍ରଥମ, ହେମାଙ୍ଗିନୀ ପ୍ରଧାନୀ ଦ୍ୱିତୀୟ ଏବଂ ଖୁସବୁ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମହାବିଦ୍ୟାଳୟର ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ବେଳେ ଲକ୍ଷପତି ନାଏକ, ମନୋଜ ସେଠୀ, ଡମ୍ବରୁଧର ନାଏକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.