ଶବ୍ଦ ସମ୍ମାନ ପାଇଲେ ଯୁବଲେଖକ ରଜତ ବଂଶଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିର ଯୁବଲେଖକ ରଜତ ବଂଶଲଙ୍କୁ ସାହିତ୍ୟ ପତ୍ରିକା ସୃଜନ ସଳିତା ‘ନବନୀତା’ ପକ୍ଷରୁ ଶବ୍ଦ ସମ୍ମାନ ପ୍ରଦାନ କରାଯାଇଛି।

ବଲାଙ୍ଗିର ସାମ୍ବାଦିକ ଭବନଠାରେ ପତ୍ରିକାର ସଂପାଦକ ରାଜେଶ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଯୁବ ସାହିତ୍ୟିକ ସମାବେଶ ‘ପଲ୍ଲବନ’ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଶିଷ୍ଟ ସାହିତ୍ୟିକ ବାସୁଦେବ ସୁନାନୀ, ସାମାଜିକ କର୍ମୀ ତଥା ସାହିତ୍ୟିକ ସରୋଜ ମହାନ୍ତି ଅତିଥି ଭାବେ ଯୋଗଦେଇ ଶ୍ରୀ ବଂଶଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଶ୍ରୀ ବଂଶଲ ତାଙ୍କର କ୍ଷୁଦ୍ରଗଳ୍ପ ‘ମାଧବୀଲତା ଫେରିଆସିଛି’ ପାଠ କରିଥିଲେ। କାର୍ଯ୍ୟକ୍ରମରେ ପତ୍ରିକାର ସୃଜନ ସହଯୋଗୀ ଡ. କୌତୁକ ପନ୍ଦର ଓ ଡ. ଜଗନ୍ନାଥ ସାହୁ, ପରିଚାଳନା ସମ୍ପାଦକ ଯୁଜେଷ୍ଠି ମେହେର ପ୍ରମୁଖ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ବେହେରା ଗ୍ରାମରେ ଜନ୍ମିତ ରଜତ କବିତା, ଗଳ୍ପ, ପ୍ରବନ୍ଧ, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ସ୍ଵକୀୟ ପ୍ରତିଭା ପ୍ରତିପାଦନ କରିପାରିଛନ୍ତି। ତାଙ୍କର କବିତା ସଂକଳନ ‘ଅବ୍ୟକ୍ତ ଶବ୍ଦ’ ବେଶ୍ ପାଠକୀୟ ଆଦୃତି ପାଇଥିବା ବେଳେ ସାହିତ୍ୟ ସାଧନା ପାଇଁ ସେ ବହୁ ପୁରସ୍କାର ଓ ସମ୍ମାନ ପାଇସାରିଛନ୍ତି।

ଏଥିସହ ଜଣେ ସକ୍ରିୟ ସାମାଜିକ କର୍ମୀ ଓ ସାମ୍ବାଦିକ ଭାବେ ତାଙ୍କର ସୁଖ୍ୟାତି ରହିଛି। ତାଙ୍କୁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.