ବାଲେଶ୍ୱର ପଟେଲ ସମାଜ ଯୁବ ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ପଟେଲ ସମାଜ ଯୁବ ମଣ୍ଡଳ ପକ୍ଷରୁ ସ୍ଥାନୀୟ ଭାସ୍କରଗଂଜ ସ୍ଥିତ ଉମାଭବନ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ – ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଯୁବମଣ୍ଡଳର ସଭାପତି ଗୌତମ ପଟେଲ ଓ ସମ୍ପାଦକ ଅମରତ ପଟେଲଙ୍କ ତତ୍ତ୍ବାବଧାନରେ ଆ​ୟୋଜିତ ଏହି ଶିବିରକୁ ବାଲେଶ୍ୱର ଗୁଜରାଟୀ ପଟେଲ ସମାଜ ସଂଗଠନର ସଭାପତି ବିଶ୍ରାରାମ ଭାଈ ପଟେଲ ଓ ମହିଳା ମଣ୍ଡଳ ସଭାପତି ମଣୀବେନ୍ ପଟେଲ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବାଲେଶ୍ବରରେ ତାଙ୍କ ସଂଗଠନ ତରଫରୁ ରକ୍ତଦାନ ଶିବିର ଭଳି ମହତ୍‌ କାର୍ଯ୍ୟକ୍ରମ ନିୟମିତ ଭାବେ କରିଆସୁଥିବାରୁ ସମସ୍ତ କର୍ମକର୍ତ୍ତାମାନଙ୍କୁ ସାଧୁବାଦ ​ଜଣାଇଥିଲେ। ଅନ୍ୟତମ ଅତିଥି ଭା​ବେ ଜିଲ୍ଲା ରକ୍ତକେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ବାଲେଶ୍ୱର ଜିଲ୍ଲା ରକ୍ତ ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ମହିଳା ମଣ୍ଡଳ ସମ୍ପାଦକ ଚଞ୍ଚଳା ପଟେଲ ଯୋଗ ଦେଇ ରକ୍ତଦାତା ମାନଙ୍କୁ ରକ୍ତଦାନର ଉପକାରିତା ସମ୍ପର୍କରେ ସଚେତନ କରିବା ସହିତ ଉତ୍ସାହିତ କରିଥିଲେ। ଡାକ୍ତର ଉପାଧ୍ୟାୟଙ୍କ ନେତୃତ୍ଵରେ ରକ୍ତ କେନ୍ଦ୍ରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରୁ ୩୬ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ପ୍ରକାଶ ପଟେଲ, ନରେନ୍ଦ୍ର ପଟେଲ, କୃତି କୁମାର ପଟେଲ, ଦିଶା ପଟେଲ, ଶଙ୍କର ପଟେଲ, ବିନୋଦ ପଟେଲ, ଗୀତା ପଟେଲ, ବିଜୟା ପଟେଲ, ଚେତନା ପଟେଲ, ରାଜଶ୍ରୀ ପଟେଲ, ଓ ଲକ୍ଷ୍ମୀଧର ବାରିକ ପ୍ରମୁଖ ଶିବିର ପରିଚାଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.