ରାଜ୍ୟସ୍ତରୀୟ ସବୁଜିମା ସୃଜନାୟନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆୟୋଜିତ ୭୪ତମ ରାଜ୍ୟସ୍ତରୀୟ “ସବୁଜିମା ସୃଜନାୟନ” କାର୍ଯ୍ୟକ୍ରମ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କେଶବଧାମ, ଗତିରାଉତ ପାଟଣା ଠାରେ ଅନୁଷ୍ଠିତ ହୋଇ ଯାଇଛି । ଅତିଥିବୃନ୍ଦ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଥିଲେ । ଛାତ୍ରଛାତ୍ରୀ ଏବଂ ସାହିତ୍ୟିକମାନେ ସବୁଜ ବଳୟ ସୃଷ୍ଟି ପାଇଁ ସ୍ଲୋଗାନ ଦେବା ସହିତ ସ୍ଵ ରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସ୍ବାଗତ ଭାଷଣ ପ୍ରଦାନ କରି ଏହା ପରିବେଶ ସୁରକ୍ଷା ଏବଂ ସାହିତ୍ୟର ମିଳିତ ସ୍ୱର ବୋଲି ମତବ୍ୟକ୍ତ କରିଥିଲେ । ଏଗାର ଜଣ ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣା, ସଲିମ୍ ଅଲ୍ଲୀ, ଏସ ପି ଗଦ୍ରେଜ୍, ଏମ ଏସ ସ୍ୱାମିନାଥନ, ରାଜେନ୍ଦ୍ର ସିଂହ, ଯାଦବ ପେୟଙ୍ଗ, ସୁମାଇରା ଅବଦୁଲାଇ, ମେଧା ପାଠକର, ମାରୀମୁଥୁ ୟୋଗନାଥନ, କିଙ୍କରି ଦେବୀ ଏବଂ ମାଇକ ପାଣ୍ଡେ ଙ୍କ ସଫଳତମ ପରିବେଶ ସମ୍ପର୍କିତ କାର୍ଯ୍ୟଧାରା କୁ ବ୍ୟାଖ୍ୟା କରିଥିଲେ । ଉଦ୍ ଘାଟକ ଡ଼କ୍ଟର ପ୍ରଭାସ ଆଚାର୍ଯ୍ୟ ଯୋଗଦାନ କରି ସବୁଜ ବନାନୀ ସରକାର ଏବଂ ଜନ ସାଧାରଣଙ୍କ ସହଭାଗିତା ରେ ସୃଷ୍ଟି ଏବଂ ସଂରକ୍ଷଣ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର ଡ଼କ୍ଟର କୁମର ବର ଦାସ , ପ୍ରାକ୍ତନ କୁଳପତି ପରିବେଶ ସଂରକ୍ଷଣ ର ନୂତନ ଦିଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା କୃଷିବିତ ଡ଼କ୍ଟର ପ୍ରମୋଦ କୁମାର ମଲ୍ଲିକ ସବୁଜ ବନାନୀ ର ଅବକ୍ଷୟ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ବାମୀ ଅଞ୍ଜନେୟା ନନ୍ଦ ଗିରି, ପ୍ରଜ୍ଞାନ ମିଶନ, ଡ. ନୀଳକଣ୍ଠ ରାଉତ, ପ୍ରାଧ୍ୟାପକ ସେକ କଲିମୁଲ୍ଲା, ଲଳିତେନ୍ଦୁ ପଲାଉରୀ, ଡ. ଆଲୋକ କୁମାର ସାହୁ, ବ୍ରହ୍ମାନନ୍ଦ ମହାନ୍ତି, ଅଜୟ କୁମାର ପଣ୍ଡା, ସନ୍ତୋଷ କୁମାର ପଣ୍ଡା ଏବଂ ପ୍ରାଧ୍ୟାପିକା ଇନ୍ଦୁମତି ଦାସ ଯୋଗଦାନ କରି ସବୁଜ ବଳୟ ସୃଷ୍ଟି ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । କଣ୍ଠଶିଳ୍ପୀ ବାବୁଲା ପାତ୍ର ଏବଂ ବିଶ୍ବମ୍ବର ପତି ଜଗନ୍ନାଥ ଜଣାଣ ଗାନ କରିଥିଲେ । ଦୁଇ ଶହ ପ୍ରତିଭାବାନ ଛାତ୍ରଛାତ୍ରୀ, କବି ଏବଂ କବୟିତ୍ରୀ ମାନଙ୍କୁ ଭାରତୀୟ ପରିବେଶବିତ୍ ଙ୍କ ନାମରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ତେଜସ୍ଵିନୀ ସାମଲ ମଞ୍ଚ ପରିଚାଳନା କରିଥିଲେ ଏବଂ ପ୍ରିୟମ୍ବଦା ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.