ବିଦ୍ୟୁତ୍ ସମସ୍ୟା ନେଇ ଅଞ୍ଚଳବାସୀଙ୍କ ବୈଠକ

ଓଡ଼ିଆ ବାର୍ତ୍ତା/ କଟକ ସଦର: ବୟାଳିଶ ମୌଜା ସ୍ଥିତ ଝିଙ୍କିରିଆ ଗ୍ରାମ୍ୟ ଉନ୍ନୟନ କମିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରଣେଷେଣ୍ଢ ମହାବୀରଙ୍କ ପ୍ରାଙ୍ଗଣରେ ୪୨ମୌଜା ସ୍ତରୀୟ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିଭୂତି ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କଟକ ସଦର ୟୁନିୟନ ଫର୍ ଡେଭଲପମେଣ୍ଟର ଅଧ୍ୟକ୍ଷ ମନୋଜ କୁମାର ନାୟକ, ସମ୍ମାନୀୟ ଅତିଥି ଭାବେ ଝିଙ୍କୀରିଆ ଗ୍ରାମ୍ୟ ଅଧିକାରୀ ଚିନ୍ମୟ କୁମାର ଦେବତା, ମହନ୍ତ ଦୁଷ୍ମନ୍ତ କୁମାର ନନ୍ଦ, ଉନ୍ନୟନ କମିଟି ଉପଦେଷ୍ଟା ସୁଜିତ୍ କୁମାର ଦେବତା, ଅଶୋକ ଦେବତା, ଆନନ୍ଦ ଦେବତା, ନରହରି ଦେବତା, ଉପ ସଭାପତି ଗୌତମ ସ୍ବାଇଁ, ବରିଷ୍ଠ ନାଗରିକ ଶାନ୍ତ କୃଷ୍ଣ ଦେବତା, ମଧୁସୂଦନ ଦେବତା, ବ୍ରହ୍ମପୁର ପଞ୍ଚାୟତ ସରପଞ୍ଚ ରବି ନାରାୟଣ ପ୍ରଧାନ, ଦଧିବାମନପୁର ସରପଞ୍ଚ ପ୍ରତିନିଧି ପଦ୍ମଲାଭ ଗୋଚ୍ଛାୟତ, ବଉଳକୁଦ ଗ୍ରାମ୍ୟ କମିଟି ସଭ୍ୟ ରବୀନ୍ଦ୍ର କୁମାର ଦେବତା, ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ଓ ସମ୍ପାଦକ ପ୍ରସନ୍ନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଦୀର୍ଘ ସମୟ ଧରି ଅଞ୍ଚଳରେ ବିନା ସୂଚନାରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବା ସମସ୍ୟାକୁ ବୈଠକରେ ଦୃଢ଼ ପ୍ରତିବାଦ କରାଯାଇଥିଲା। ୪୨ମୌଜାରେ ଆଉ ଏକ ଗ୍ରିଡ୍ ବସାଇବା ସହ ନିରବଚ୍ଛିନ୍ନ ଭାବେ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀଙ୍କ ଠାରେ ଦୃଢ଼ ଦାବୀ ଉପସ୍ଥାପନ କରାଗଲା। ଅନ୍ୟ ମାନଙ୍କ ମଧ୍ୟରେ ଦୀପକ କୁମାର ଆଚାର୍ଯ୍ୟ, ସୁକାନ୍ତ କୁମାର ବେଉରା, ସୁଧୀର କୁମାର ଶତପଥୀ, ଅଶୋକ କୁମାର ପତି, ସ୍ମୃତୀରଞ୍ଜନ ମହାନ୍ତି, ବିଷ୍ତ୍ନ ବେହେରା, ନିରଞ୍ଜନ ଆଚାର୍ଯ୍ୟ, ସସ୍ମିତା ମହାରଣା, ପୁନମ ଦାଶ, କାଦମ୍ବିନୀ ଦେବତା, ମାମିନା ଆଚାର୍ଯ୍ୟ, ମମତା ନନ୍ଦ, ମମତା ଦେବତା, ରେବତୀ ଦେବତା, ବିଶ୍ଵ ରଞ୍ଜନ ଦାସ, ଚନ୍ଦ୍ର ଶେଖର ପତି, ବିଷ୍ତ୍ନୁ ଚରଣ ଦାଶ, ପ୍ରକାଶ ଚନ୍ଦ୍ର ମାଝୀ, ସୁଦର୍ଶନ ଜେନା, ଆନନ୍ଦ ବେହେରା, ଉଦୟ ସାସମଲ, ବିଜୟ ନାୟକ ଓ କିଶୋର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.