କନ୍ଧମାଳ ସାଂସଦଙ୍କ ଦ୍ଵାରା ୫୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପାଇଁ ଭୂମି ପୂଜନ

ଓଡ଼ିଆ ବାର୍ତ୍ତା/ ତୁମୁଡିବନ୍ଧ (ସରୋଜ ପ୍ରଧାନୀ): ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତରେ ଆଜି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଦ୍ଵାରା ୫୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ପ୍ରାୟ ୧୦ଘ. ସମୟରେ ତୁମୁଡିବନ୍ଧରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ପହଞ୍ଚି ଜଳେଶପଟା ଠାରୁ ଏକ ବାଇକ ରାଲିରେ ଆସି ପହଞ୍ଚିଥିଲେ ମୁଣ୍ଡିଗଡ଼ । ସେଠାରେ ୫୦ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିମନ୍ତେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଏହାପରେ ସାଂସଦ ମାରାଥନ କାର୍ଯ୍ୟକ୍ରମରେ କୋଟଗଡ଼ ଯାଇ ବିଭିନ୍ନ ସ୍ଥାନର ଶିଳାନ୍ୟାଷ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ସଂସାଦ ପ୍ରତିନିଧି ପୂର୍ଣଚନ୍ଦ୍ର ପାଢି, ତୁମୁଡିବନ୍ଧ ବିଜେପି ବ୍ଲକ ସଭାପତି ସର୍ବେଶ୍ୱର ମାଝୀ, ତୁମୁଡିବନ୍ଧର ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ନେତ୍ର ମାନସେଠ, ବରିଷ୍ଠ ନେତା ରବୀନ୍ଦ୍ର ପାତ୍ର, ପିଏଆଇଟିଡିଏ ବାଲିଗୁଡା ଏବଂ ବିଜେପି ଦଳର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.