ସରପଞ୍ଚଙ୍କ ସ୍ବାମୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ

୪ ଅଭିଯୁକ୍ତ ଗିରଫ; ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସୁବର୍ଣ୍ଣପୁର ଏସପି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ରାମପୁର ଥାନା ଗଜବନ୍ଧ ପଂଚାୟତର ପୂର୍ବତନ ସରପଞ୍ଚ ତଥା ବାର୍ତ୍ତମାନର ସରପଞ୍ଚ ବାସନ୍ତୀ କ୍ଷେତୀଙ୍କ ସ୍ବାମୀ ବଲ୍ଲଭ କ୍ଷେତିଙ୍କୁ ଗତ ୧୦ ତାରିଖରେ ନିର୍ମମ ହତ୍ୟା କରାଯାଇଥିବା ଘଟଣା ରେ ୪ ଜଣ ହତ୍ୟାକାରୀଙ୍କୁ ଗିରଫ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ। ପ୍ରାପ୍ତ ସୂଚନା ଅନୁସାରେ ଏହି ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ସହାୟତାରେ ରାମପୁର ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଜେଲ ପଠାଇବାରେ ସମର୍ଥ ହୋଇଛି। ଜମିବାଡ଼ି ବିବାଦ ହିଁ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୋଲିସ କହିଛି। ଘଟଣା ଦିନ ରାତିରେ ସ୍ଵର୍ଗତ ବଲ୍ଲଭ ଖେତୀ ବାଇକରେ ନିଜ ଗ୍ରାମ ଗଜବନ୍ଧ ପଂଚାୟତ କେନ୍ଦୁପାଲିକୁ ଯାଉଥିବା ସମୟରେ ପ୍ରାୟ ରାତି ୧୦ଟା ସମୟରେ ଗଜବନ୍ଧଠାରୁ ୨କିମି ଦୂର ବ୍ରାହ୍ମଣିପାଲି, ପଣ୍ଡରାପାଲି ଓ କେନ୍ଦୁପାଲି ଗ୍ରାମର ମଧ୍ଯ ଭାଗରେ ଥିବା ଛକ ନିକଟରେ ଅଭିଯୁକ୍ତ ୪ ଯୁବକ ବ୍ରାହ୍ମଣିପାଲିର ଯୋଗେଶ୍ଵର ଭୋଇ (୪୨), ପଣ୍ଡରାପାଲିର ଗୋବିନ୍ଦ ବେହେରା (୨୬), ଗଜବନ୍ଧର ସୁଜେଇ ଧନଞ୍ଜୟ ପ୍ରଶାୟତ(୪୦) ଓ ଜଗଦିଶ ହୃଷିକେଶ ବଗର୍ତ୍ତି (୫୪) ଛପି ରହି ଅତର୍କିତ ଭାବରେ ଏହି ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ବଲ୍ଲଭ ତଳେ ପଢି ଯାଇଥିଲେ। ଖବର ପାଇ ପରିବାର ଏବଂ ସଂପର୍କୀୟମାନେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ଜିଲ୍ଲା ପୋଲିସ ଗୁରୁତର ସହ ନେଇ ଖୋଦ୍ ଏସପି ନାରାୟଣ ନାୟକ ଘଟଣାସ୍ଥଳକୁ ଯାଇ ଏହାର ପ୍ରାଥମିକ ତଦନ୍ତ କରିଥିଲେ। ପରେ ଜିଲ୍ଲା ପୋଲିସ ଏହାର ତଦନ୍ତ ଭାର ରାମପୁର ପୋଲିସକୁ ଦେଇଥିବା ବେଳେ ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତି ପରାମର୍ଶ କ୍ରମେ ରାମପୁର ଥାନା ଅଧିକାରୀ ପଦ୍ମାସିନୀ ମେହେରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପୋଲିସ ଟିମ ସଠିକ ଭାବରେ ଅନୁସନ୍ଧାନ କରି ସମସ୍ତ ଅପରାଧୀଙ୍କୁ ଠାବ କରିବାରେ ସଫଳ ହୋଇଛି। ଜମି ବିବାଦ ଓ ଭିନ୍ନ ଭିନ୍ନ ବିବାଦରେ ପୂର୍ବରୁ ଯୋଗେଶ୍ୱର ଭୋଇ ଓ ଗୋବିନ୍ଦ ବେହେରାଙ୍କ ସହ ବଲ୍ଲଭ କ୍ଷେତିଙ୍କ ଖୁବ୍ ଝଗଡ଼ା ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ତେଣୁ ଗୋବିନ୍ଦ ଓ ଯୋଗେଶ୍ୱର ଦୁହେଁ ମୁଖ୍ୟ ଆସାମୀ ବୋଲି ଏସପି ସୁଚନା ଦେଇଛନ୍ତି। ନୂତନ ଏସପିଙ୍କ ଯୋଗଦାନ ପରେ ଜିଲ୍ଲାରେ ଘଟିଥିବା ବଡ ବଡ ଚୋରି ଲୁଟ୍ ଓ ହତ୍ୟା ଘଟଣାର ତୁରନ୍ତ ଏକ୍ସନ୍ ଓ ପର୍ଦ୍ଦାଫାଶ କରିବାରେ ସଫଳ ହୋଇ ଥିବାରୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରଯାଇଛି ଓ ସାଧାରଣ ଜନତାଙ୍କ ମଧ୍ୟରେ ପୋଲିସ ପ୍ରତି ଆଶା ବିଶ୍ୱାସ ଓ ଭରସା ବୃଦ୍ଧି ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.