ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ବାଲେଶ୍ଵର ଏଫ୍ଏମ୍ କଲେଜ ଛାତ୍ରୀ ସୈ।ମ୍ଯାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ଦୃଢ ବିରୋଧ କରିଛି ବିଜୁ ଜନତା ଦଳ । ଆଜି ସୈ।ମ୍ଯାଶ୍ରୀଙ୍କୁ ନ୍ଯାୟ ଦେବାରେ ରାଜ୍ଯର ବିଜେପି ସରକାର ଅବହେଳା କରିଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ପରିପେକ୍ଷିରେ ରାୟଗଡା ଜିଲ୍ଲାର କପିଳାସ ଛକରେ ଯୁବ ଛାତ୍ର ଓ ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ଯମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । କେବଳ କଲେଜ ପ୍ରିନସିପାଲ୍ ଓ ଅଧ୍ଯାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହେବନି ଏହି ଘଟଣାରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତୀ ଓ ବାଲେଶ୍ଵର ସାଂସଦ ପ୍ରତାପ ଶଢଙ୍ଗୀ ମଧ୍ଯ ସମପରିମାଣରେ ଦାୟି ବୋଲି କୁହାଯାଇଛି । ନିର୍ଯାତନା ସହିନପାରି ଛାତ୍ରୀ ଜଣକ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ପୂର୍ବରୁ କଲେଜ କତ୍ତୃପକ୍ଷ କ’ଣ କରୁଥିଲେ ବୋଲି ଦଳ ପ୍ରଶ୍ନ କରିଛି । ଏଣୁ ଛାତ୍ରୀଙ୍କ ପରିବାରବର୍ଗକୁ ନ୍ଯାୟ ନ ମିଳିଲେ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ତିବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ ବେଳେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ବିନାୟକ କରଙ୍କ ସମେତ ମହିଳା, ଯୁବ ଓ ଛାତ୍ର ବିଜେଡିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।