ଖଣି ପ୍ରଭାବିତ ଗ୍ରାମାଞ୍ଚଳର ଉନ୍ନତି ପାଇଁ ଉତ୍କଳ ଆଲୁମିନାର ପ୍ରୟାସ

୩ଟି ମୁକ୍ତ ବ୍ୟୟାମଶାଳା ଓ ୨ଟି ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କାଶିପୁର (ଆଲାରାମ ଭତ୍ରା): ରାୟଗଡା ଜିଲ୍ଲା ଟିକିରି ଅଧୀନ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ବାଫ୍ଲିମାଳି ଖଣି ସିଏସଆର ତରଫରୁ ଗ୍ରାମାଞ୍ଚଳ ଭିତ୍ତିଭୂମି ଉନ୍ନତି ସକାଶେ ବିଭିନ୍ନ ପ୍ରକଳ୍ପ କାର୍ୟ୍ଯକାରୀ କରାଯାଇଅଛି ।

ଏହି କ୍ରମରେ ରାୟଗଡା ଜିଲ୍ଲା କାଶୀପୁର ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ୩ଟି ସ୍ଥାନରେ ମୁକ୍ତ ବ୍ୟୟାମଶାଳା ଓ ୨ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ବାଫ୍ଲିମାଳି ଖଣି ପାର୍ଶ୍ୱସ୍ଥ ଅଞ୍ଚଳର ବିକାଶ ନିମନ୍ତେ ଉତ୍କଳ ଆଲୁମିନା ପ୍ରତିଶୃତିବଦ୍ଧ ହୋଇଥିବାବେଳେ ଉକ୍ତ ଅଞ୍ଚଳରେ ବିଭିନ୍ନ ସାମାଜିକ ବିକାଶ କାର୍ଯ୍ୟକ୍ରମ ଜାରି ରହିଛି ।

ଏହି ପରିପ୍ରେକ୍ଷୀରେ କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ବରଜାଖାଲ ଗ୍ରାମରେ ଏକ ମୁକ୍ତ ବ୍ୟୟାମଶାଳ ପ୍ରତିଷ୍ଠା କରାଯାଇଛି । ଅନୁରୂପ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡିରାକଞ୍ଚ ଓ କଳାହାଣ୍ଡି ଜିଲ୍ଲା ମାଲିଗାଁ ପଞ୍ଚାୟତ ସୂର୍ଯ୍ୟଗଡ଼ ଠାରେ ମୁକ୍ତ ବ୍ୟୟାମଶାଳା ପ୍ରତିଷ୍ଠା ହୋଇଛି । ଅନ୍ୟପଟେ କାଶୀପୁର ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ଅଧୀନ ମାଲିଗାଁ ଏବଂ ମାଇକାଞ୍ଚ ପଞ୍ଚାୟତ ଅଣ୍ଡିରାକଞ୍ଚ ଠାରେ ଗୋଷ୍ଠୀ କେନ୍ଦ୍ର ପ୍ରତିଷ୍ଠା ହୋଇଅଛି ।

ଉକ୍ତ ଗୋଷ୍ଠୀ କେନ୍ଦ୍ର ଦ୍ୱାରା ସ୍ଥାନୀୟ ଲୋକେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବା ନିମିତ୍ତ ସହାୟକ ହେବ । ଏହି ପ୍ରକଳ୍ପ ଉଦଘାଟନ ସକାଶେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ସିଏସଆର ମୁଖ୍ୟ ଶ୍ରୀଯୁକ୍ତ ଅଭିଜିତ ଯୋଗ ଦେଇ ଥିବାବେଳେ କ୍ଲଷ୍ଟର ସିଏସଆର ମୁଖ୍ୟ ଶ୍ରୀଯୁକ୍ତ ଶିବ ମହାପାତ୍ର, ବାଫ୍ଲିମାଳି ଖଣି ମୁଖ୍ୟ ଶ୍ରୀଯୁକ୍ତ ବିଜୟ ଚୌହାନ, କାରଖାନା ସିଏସଆର ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ଖଣି ସିଏସଆର ମୁଖ୍ୟ ଶ୍ରୀଯୁକ୍ତ ମନୋଜ ଦାଶଙ୍କ ସମେତ ଡେପୁଟି ମ୍ୟାନେଜର ଶ୍ରୀଯୁକ୍ତ ବିନୋଦ ପୂଜାରୀ ଓ ଅନ୍ୟ ସିଏସଆର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ତେବେ ବରଜାଖାଲ ଠାରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ହିଣ୍ଡାଲ୍କୋ ସିଏସଆର ମୁଖ୍ୟ ଶ୍ରୀଯୁକ୍ତ ଅଭିଜିତ କହିଛନ୍ତି ଯେ, ଆଗାମୀ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଗ୍ରାମବାସୀଙ୍କ ସହଯୋଗ କାମନା କରିବା ସହିତ ସ୍ୱାସ୍ଥ୍ୟଗତ ଦିଗ ପ୍ରତି ଗାଁ ଲୋକେ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ ।

ସେହିପରି ସଭାରେ କ୍ଲଷ୍ଟର ସିଏସଆର ମୁଖ୍ୟ ଶ୍ରୀଯୁକ୍ତ ଶିବ ମହାପାତ୍ର ଲୋକଙ୍କୁ ମୁକ୍ତ ବ୍ୟୟାମଶାଳାକୁ ସଠିକ ଭାବେ ବ୍ୟବହାର କରିବାକୁ ଉତ୍ସାହିତ କରିବା ସହିତ କେବେଳ କଂକ୍ରିଟ ବିଲଡିଂ ନିର୍ମାଣ ଉପରେ ଗୁରୁତ୍ୱ ନଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସ୍ୱଚ୍ଛତା ଓ ମସ୍ତିସ୍କ ସ୍ତରରେ ଉନ୍ନତ ବିଚାର ଆଣିବା ପାଇଁ ଶ୍ରୀ ମହାପାତ୍ର ଗ୍ରାମବାସୀଙ୍କୁ କହିଛନ୍ତି ।

ଅନୁରୂପ ବାଫ୍ଲିମାଳି ଖଣି ମୁଖ୍ୟ ଶ୍ରୀ ବିଜୟ ଚୌହାନ ଓ କାରଖାନା ସିଏସଆର ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅଧିକ ଗୁରୁତ୍ବରୋପ କରିବାକୁ ପରାମର୍ଶ ଦେଇଥିବାବେଳେ ଶ୍ରୀ ଚୌହାନ ବରଜାଖାଲ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ପ୍ରତିଷ୍ଠା କରିବା ନିମନ୍ତେ ଉତ୍କଳ ଆଲୁମିନା ଆଗାମୀ ଦିନରେ ପ୍ରୟାସ କରିବ ବୋଲି ପ୍ରକାଶ କରିଥିଲେ ।

ତେବେ ଉକ୍ତ ଗାଁ ନିକଟରେ ଏକ ପର୍ଯ୍ୟଟନସ୍ଥଳୀ ଥିବାବେଳେ ଉତ୍କଳ ଆଲୁମିନା ତରଫରୁ ଏହାର ଭିତ୍ତିଭୂମି ବିକାଶ କରାଯିବା ନେଇ ନିଷ୍ପତି ହୋଇଛି । ଯାହାଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ଏହା ରୋଜଗାରକୁ ନେଇ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.