ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ପକ୍ଷରୁ ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା, ସାହିତ୍ୟ ଓ ଅନୁବାଦ ବିଭାଗ ପକ୍ଷରୁ ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୁଳପତି ଡ. ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ କଥାଶିଳ୍ପୀ ତଥା ଅବସରପ୍ରାପ୍ତ ପ୍ରଫେସର ଡ. ଯଶୋଧାରା ମିଶ୍ର ନିମନ୍ତ୍ରିତ ବକ୍ତା ଭାବେ ଯୋଗ ଦେଇଥିଲେ। ବିଶ୍ଵବିଦ୍ୟାଳୟ କୁଳସଚିବ ଡ. ଗୁଣନିଧି ନାଏକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ‘ଲେଖିକା ଡ. ଯଶୋଧାରା ମିଶ୍ରଙ୍କ ଲେଖା ଓ ଲେଖନୀ’ ପ୍ରସଙ୍ଗରେ ଡ. ମିଶ୍ର ନିଜ ଲେଖକୀୟ ଜୀବନ ଉପରେ ଆଲୋକପାତ କରିଥିଲେ। ପରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀ, ଗବେଷକ/ଗବେଷିକା, ଅଧ୍ୟାପକ/ଅଧ୍ୟାପିକା, ଲେଖକମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପକ ବାଲ୍ମୀକି କରୁଆଁ ଧନ୍ୟବାଦ ଦେଇଥିଲେ। ସଭା ପରିଚାଳନା କରିଥିଲେ ଅଧ୍ୟାପିକା ଡ. ପ୍ରତ୍ୟାଶା ଧଳ। କାର୍ଯ୍ୟକ୍ରମ ଆୟୋଜନରେ ଓଡ଼ିଆ ବିଭାଗର ଅଧ୍ୟାପକ ଡୋଳାମଣି ଧରୁଆ, ସୁବ୍ରତ ମାଝୀ, ଅଧ୍ୟାପିକା ରେଣୁକା ଡାକୁଆ ତଥା ବିଭାଗର ଗବେଷକ – ଗବେଷିକା, ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ଏଥିରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଜିଲ୍ଲାର ଅନେକ ଲେଖକ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.