ମଦଭାଟି ପାହିଲମାନକୁ ହତ୍ୟା କରି ଜେଲ ଗଲେ ୪ ଅଭିଯୁକ୍ତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ମଦ ଭାଟି କର୍ମଚାରୀଙ୍କୁ ପିଟି ପିଟି ହତ୍ୟା। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଶିନଖମନ ମଦଭାଟି ନିକଟରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା। ଏହି ଘଟଣାର ମାଷ୍ଟର ମାଇଣ୍ଡ ବଳରାମ ବାରିକ ସହ ତାର ତିନି ସହଯୋଗୀ ସୁନିଲ ବାଗ, ଆର୍ତ୍ତ ଚିନ୍ଦା ଓ ସଞ୍ଜୀବ ବାରିକ କୁ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ। ପରକୀୟା ପ୍ରୀତି ସନ୍ଧେହରେ ରଚାଯାଇଥିଲା ଏହି ଜଘଣ୍ୟ ହତ୍ୟାକାଣ୍ଡ ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି। ସୂଚନା ଅନୁଯାୟୀ ଶିନଖମନ ଗାଁରେ ବଳରାମ ବାରିକର ଏକ କିରଣା ଦୋକାନ ରହିଛି। ମଦଭାଟି ମ୍ୟାନେଜର ବିଶାଲ ରଞ୍ଜନ ସେହି ଦୋକାନକୁ ସଉଦା ନିଆ ଅଣା କରୁଥିଲା। ବଳରାମ ସନ୍ଧେହ କରିଥିଲା କି ମଦଭାଟି ମ୍ୟାନେଜର ସାଙ୍ଗରେ ତା ସ୍ତ୍ରୀର ମୋବାଇଲ୍ ରେ କଥାବାର୍ତ୍ତା ହେଉଛି। ଘଟଣା ଦିନ ସକାଳେ ବଳରାମ ସ୍ତ୍ରୀ ମୋବାଇଲ୍ ଦେଖିଥିଲା, ସେ ଜାଣିବାକୁ ପାଇଥିଲା କିଛି ତଥ୍ୟ। ତାପରେ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲା ବଳରାମ। ଏହାପରେ ବଳରାମ ସାଂଗ ମାନଙ୍କ ସହ ମିଶି ମଦଭାଟି ମ୍ୟାନେଜର ଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଗତ ୨୨ ତାରିଖ ଦିନ ପ୍ରାୟ ୩ ଟା ସମୟରେ ଗାଁର ସାଙ୍ଗମାନଙ୍କ ସହ ମିସି ଏକ ଢ଼ାବା ରେ ମଦ୍ୟପାନ କରି ମଦଭାଟି ମ୍ୟାନେଜର ଙ୍କୁ ଫୋନ୍ କରି କହିଥିଲେ। କିନ୍ତୁ ମଦଭାଟି ମ୍ୟାନେଜର ବିଶାଲ ନିଜେ ନଆସି ଦୁଇଜଣ କର୍ମଚାରୀଙ୍କୁ ପଠାଇ ଦେଇଥିଲେ। ମ୍ୟାନେଜର ନ ଆସିବାରୁ ଯୁବକମାନେ ମଦଭାଟି ପହିଲମାନ ଶାରଦା ଯାଦବ ସହ ବଚସା କରିଥିଲେ ଓ ତାର ମୋବାଇଲ୍ ଫୋନ୍ ଜବତ କରି ନେଇ ଯାଇଥିଲେ। ଶାରଦା କୁ ବଳରାମ ଓ ତା ସହଯୋଗୀ ମାନେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ଘଟଣା ପରେ ମୁଖ୍ୟ ଆସାମୀ ବଳରାମ ବାରିକ, ସୁନୀଲ ବାଗ, ଆର୍ତ୍ତ ଚିନ୍ଦା ଓ ସଞ୍ଜୀବ ବାରିକ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ସାଇନଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରି ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ମଦଭାଟି ମ୍ୟାନେଜର ବିଶାଲ ରଞ୍ଜନ ର ଫୋନ୍ ଜବତ କରି ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛି। ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି, ପ୍ରେମ କରୁଥିଲା ଜଣେ ବଳି ପଡିଲା ଗଲା ନିରୀହ ଜଣେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.