ସିଆରପି-ସିଏମ ଆସୋସିଏସନ ପକ୍ଷରୁ ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସି.ଆର୍‌.ପି, ସି.ଏମ୍, ଆସୋସିଏସନ୍ କଲ୍ୟାଣସିଂହପୁର ପକ୍ଷରୁ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଡ଼ିଓ ମନୀଷା ଦାସ ଅନୁପସ୍ଥିତ ରହିଥିବାରୁ ଜି.ପି.ଇ.ଓ ଶ୍ଵେତାମ୍ବର ପ୍ରଧାନୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ର ପ୍ରଦାନ ସମୟରେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ, ଭାରତୀୟ ମଜଦୂର ସଂଘର ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଜିଲ୍ଲା ସଭାନେତ୍ରୀ ଭାରତୀ ନାୟକ ଏବଂ ସମ୍ପାଦିକା ହୀରାଦେବୀ ପ୍ରଧାନ ଉପସ୍ଥିତ ଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟରତ ସି.ଆର୍‌.ପି, ସି.ଏମ୍, କର୍ମଚାରୀ ମାନେ ଦୀର୍ଘ ବର୍ଷ ଧରି ସୁଚାରୁ ରୂପେ ସେମାନଙ୍କର କାର୍ଯ୍ୟ ସମ୍ପାଦନା କରି ଆସୁଛନ୍ତି କିନ୍ତୁ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଉଥିବା ଅଣଦେଖାକୁ ଦୃଢ଼ ନିନ୍ଦା କରିବା ସହ ସରକାରଏବଂ ଜିଲ୍ଲା ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ‌ଏହାର ସମାଧାନ ନ କରନ୍ତି ତାହେଲେ ଆଗାମି ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦିଆଯାଇଛି। ଏଥିରେ ୪ଦଫା ଦାବୀ ସି.ଆର୍‌.ପି, ସି.ଏମ୍, ମାନଙ୍କ ଇନ୍‌ସେନ୍‌ଟିଭକୁ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା ପ୍ରଦାନ କରାଯାଉ। ଏଥି ସହ ଅନ୍‌ଲାଇନ୍ କାର୍ଯ୍ୟ ପାଇଁ ଟାବ୍‌ଲେଟ୍‌ ମେସିନ୍ ପ୍ରଦାନ କରାଯିବା, ସି.ଆର୍‌.ପି, ସି.ଏମ୍ ମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ମାସିକ ବେତନ ଏକାଉଣ୍ଟ ଜରିଆରେ ପ୍ରଦାନ କରିବା ଓ ସି.ଆର୍‌.ପି, ସି.ଏମ୍ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଦାବିରେ ଉଲ୍ଲେଖ ରହିଛି। ବ୍ଲକର ୧୪ଟି ପଞ୍ଚାୟତରେ ଥିବା ସମସ୍ତ ସି.ଆର୍‌.ପି, ସି.ଏମ୍ କର୍ମୀ ଏଥିରେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.