ସମାଜବାଦୀ ପାର୍ଟି ପକ୍ଷରୁ ସମ୍ବିଧାନ ମାନସ୍ତମ୍ଭ ପ୍ରତିଷ୍ଠା ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଜୁଲାଇ ୨୬ରେ ସମାଜବାଦୀ ପାର୍ଟି ପକ୍ଷରୁ “ସମ୍ବିଧାନ ମାନସ୍ତମ୍ଭ ପ୍ରତିଷ୍ଠା ଦିବସ” ପାଳିତ ହୋଇଯାଇଛି। ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶ ଅନୁଯାୟୀ ସମାଜବାଦୀ ପାର୍ଟିର ସମସ୍ତ ରାଜ୍ୟର ରାଜ୍ୟ ମୁଖ୍ୟାଳୟ ଏବଂ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ଦିବସ ଆୟୋଜିତ ହୋଇଥିଲା। ଏଠାରେ ପ୍ରକାଶଯୋଗ୍ୟ ଯେ, ସ୍ୱାଧୀନତା ପୂର୍ବରୁ ୧୯୦୨ ମସିହାରେ ଏହି ଦିନରେ, ମହାତ୍ମା ଜ୍ୟୋତିବା ଫୁଲେଙ୍କ ଦ୍ୱାରା ପରିକଳ୍ପିତ “ସଂରକ୍ଷଣ” ତାଙ୍କ କୋଲ୍ହାପୁର ରାଜ୍ୟରେ କୋଲ୍ହାପୁରର ସମ୍ମାନୀୟ ଶ୍ରୀମନ୍ତ ମହାରାଜ ରାଜର୍ଷି ଛତ୍ରପତି ଶାହୁଜୀ ମହାରାଜଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। ଏହି ଦିନରେ, ସଂରକ୍ଷଣ ଦେବାର ଆରମ୍ଭ ହୋଇଥିଲା। “ସାମାଜିକ ନ୍ୟାୟ” ପାଇଁ ବ୍ୟବସ୍ଥା ଏହି ଦିନରେ ସଂରକ୍ଷଣ ରୂପରେ କାର୍ଯ୍ୟକାରୀ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ “ବାବାସାହେବ ଭୀମରାଓ ଆମ୍ବେଦକର” ଙ୍କ ପ୍ରୟାସ ମାଧ୍ୟମରେ ଆମ ସମ୍ବିଧାନରେ ଏକ ସାର୍ବଜନୀନ ଅଧିକାର ଭାବରେ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାର ମୂଳ ଭିତ୍ତିଭୂମି ପାଲଟିଥିଲା ଏବଂ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠାର ମୌଳିକ ନୀତି ଭାବରେ ପରିଗଣିତ ହେଲା। ଉପରୋକ୍ତ ବିଷୟଗୁଡ଼ିକୁ ଦୃଷ୍ଟିରେ ରଖି ଅଖିଳେଶ ଯାଦବଙ୍କ  ନିର୍ଦେଶ କ୍ରମେ ୨୬ ଜୁଲାଇ ୨୦୨୫ ରେ, ସମାଜବାଦୀ ପାର୍ଟିର ସମସ୍ତ ରାଜ୍ୟର ରାଜ୍ୟ ମୁଖ୍ୟାଳୟ ଏବଂ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ  “ସମ୍ବିଧାନ-ମାନସ୍ତମ୍ଭ ସ୍ଥାପନ ଦିବସ” ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାର୍ଟିର ସାଧାରଣ ସମ୍ପାଦକ ପ୍ରତାପ ବାରିକ, ପାର୍ଟି ପ୍ରବକ୍ତା ପ୍ରଦୀପ ମିଶ୍ର, କୃଷକ ଶାଖା ରାଜ୍ୟ ସଭାପତି ବିଜୟ ବେହେରା, ମହିଳା ଶାଖା ସଭାପତି ପୁଷ୍ପାଞ୍ଜଳି ଦାସ, ନୟାଗଡ଼ ଜିଲ୍ଲା ସଭାପତି ଉଲ୍ଲାସ ବାରିକ, ଯାଜପୁର ଜିଲ୍ଲା ସଭାପତି ଦୀପକ ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରବୀଣ ନାୟକ, ଭୁବନେଶ୍ୱର ଉତ୍ତର ସଭାପତି ପ୍ରଭାତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ସାମାଜିକ ନ୍ୟାୟ ଏବଂ ସମ୍ବିଧାନ ମାନସ୍ତମ୍ବ ସ୍ଥାପନ ରେ ଯୋଗଦାନ ଥିବା ମହାପୁରୁଷ ମାନଙ୍କ ବିଷୟରେ ଆଲୋକପାତ କରିଥିଲେ। ଏହା ପଛରେ ଥିବା ମୂଳ ଉଦେଶ୍ୟ ହେଉଛି ଯେ “ସମ୍ବିଧାନ-ମାନସ୍ତମ୍ଭ” ସର୍ବଦା “ପିଡିଏ- ସମ୍ପ୍ରଦାୟ ପାଇଁ”  ଆମର “ସାମାଜିକ ନ୍ୟାୟର ଶାସନ” ପ୍ରତିଷ୍ଠା  ପଥ ପ୍ରଶସ୍ତ କରିବା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.