ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ ଆଦିବାସୀ ମାନେ ଜଙ୍ଗଲ କାଟି ପୋଡୁଚାଷ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ହେଲେ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହେବା ବଦଳରେ ଦିନକୁ ଦିଅ ଜଙ୍ଗଲ ନଷ୍ଟ ହେବା ଶହ ବନ୍ୟପ୍ରାଣୀ ଖାଦ୍ୟ ଅନେଶ୍ୱଣ ପାଇଁ ଗାଁ ମୁହାଁ ହେଉଥିବା ବେଳେ ଅନେକ ଲୋକଙ୍କ ଧନ ଜୀବନ ମଧ୍ୟ୍ୟ ନଷ୍ଟ ହେଉଛି। ତେବେ ଅଧିକରୁ ଅଧିକ ଗଛ ଲଗାଇ ଅଞ୍ଚଳରେ ସବୁଜିମା ବୃଦ୍ଧି କରିବା ସହ ଲୋକଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଇ/୪ ବାଟାଲିୟନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରପିଏଫ ୪ର୍ଥ ବାଟାଲିୟନ କମାଣ୍ଡେଣ୍ଟ ଫିରୋଜ କୁଜୁରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ସ୍ଥିତ ସିଆର୍ ପିଏଫ୍ କ୍ୟାମ୍ପ ପରିସରରେ ଇ/୦୪ କମ୍ପାନୀ କମାଣ୍ଡର ଟି.ରାଧାକ୍ରିଷ୍ଣାଙ୍କ ନେତୃତ୍ବରେ ପୋଲିସ ବାହିନୀ ଓ ଅଧିକାରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ୨୫୦ ରୁ ଉଦ୍ଧ ବୃକ୍ଷ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଜେପୁର ବନପାଳ ପଦ୍ମଲୋଚନ ଶବର, ବାଟାଲିୟନ୍ ପୋଲିସ ବାହିନୀର ସେକେଣ୍ଡ କମାଣ୍ଡର ପି.ଆପା ରାଓ, ବିଜେପୁର ହାଇସ୍କୁଲ ଶିକ୍ଷକ ଛାତ୍ର ଛାତ୍ରୀଙ୍କ ସମେତ ସମସ୍ତ ଯବାନ ମାନେ ଅଂଶଗ୍ରହଣ କରି ବୃକ୍ଷ ରୋପଣ ସହିତ ପରିବେଶ ସୁରକ୍ଷା ପ୍ରତି ସେମାନଙ୍କର ଦାୟିତ୍ଵ ପ୍ରଦର୍ଶନ କରିଥିଲେ। ଅଧିକରୁ ଅଧିକ ଗଛ ଲଗାଇ ଅଞ୍ଚଳରେ ସବୁଜିମା ବୃଦ୍ଧି କରିବା ଏବଂ ଲୋକଙ୍କ ମଧ୍ଯରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ବୋଲି ଇ/୦୪ କମ୍ପାନୀ ବାଟାଲିୟନ କମାଣ୍ଡର ଟି. ରାଧା କ୍ରିଷ୍ଣା ସଚେତନତା ବାର୍ତ୍ତା ଦେଇଥିଲେ। ଏଥିରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବାବେଳେ ବାଟାଲିୟନର ସମସ୍ତ ଯବାନ ସହଯୋଗ କରିଥିଲେ।