ରୋଟାରି କ୍ଲବ ଭୁବନେଶ୍ୱର ଏଞ୍ଜେଲାର ୫ମ ଅଧିଷ୍ଠାନ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରୋଟାରି କ୍ଲବ ଭୁବନେଶ୍ୱର ଏଞ୍ଜେଲାର ୫ମ ଅଧିଷ୍ଠାନ ଉତ୍ସବ ସ୍ଟାଲୱାର୍ଟ ଯଜାତି ହୋଟେଲରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରାନ୍ତପାଳ (୨୫-୨୬) ରୋଟାରିୟନ ମନୋଜ କୁମାର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ “United for Good – Miracle Makers” ଥିମ୍‌ ଅନୁସାରେ ଏକତା, ସେବା ଓ ମାନବିକତା କୁ ପାଥେୟ କରି କାର୍ଯ୍ୟ କରିବା ପାଇଁ ବାର୍ତ୍ତା ଦେଇଥିଲେ। ସହଯୋଗୀ ପ୍ରନ୍ତପାଳ ରୋଟରିଆନ ଝରଣା ପାଣି, ଜୋନାଲ ଚେୟାର ରୋଟା ରିଆନ ଅଜିତ ପାଢ଼ୀ ତଥା ପୂର୍ବ ପ୍ରାନ୍ତପାଳ ରୋଟାରିଆନ ଶାନ୍ତନୁ ପାଣି, ପ୍ରମୁଖ ଉପସ୍ଥିତ ରହି ରୋଟାରୀର ମୂଲ୍ୟବୋଧ ସମ୍ପର୍କରେ ମତ ପ୍ରଦାନ କରିଥିଲେ। ଏହି ଅବସରରେ ରୋଟାରିୟନ ସୁରଭି ଦାଶ ୨୫-୨୬ ମସିହା ପାଇଁ ନୂତନ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିବା ସହିତ ସେବା ମାଧ୍ୟମରେ ନାରୀ ସଶକ୍ତିକରଣ, ସ୍ୱାସ୍ଥ୍ୟ ଜାଗରୁକତା ଓ ରୋଡ ସୁରକ୍ଷା କ୍ଷେତ୍ରରେ କ୍ଲବର ଦୃଢ଼ ପଦକ୍ଷେପ ବାବଦରେ ଅବଗତ କରିଥିଲେ। “ଆସ୍ଥା” ନାମକ କ୍ଲବ ବୁଲେଟିନ୍‌ର ଉନ୍ମୋଚନ କରାଯାଇଥିଲା, ଯାହାର ସମ୍ପାଦନା କରିଥିଲେ ପ୍ରଂଞ୍ଜା ମଧୁମିତା। ସଚିବ ଅମିତା ମିଶ୍ରଂକ ଦ୍ୱାରା ଏହି ବର୍ଷର କାର୍ଯ୍ୟଯୋଜନା ପାଠ କରାଯାଇଥିଲା। ପାଞ୍ଚ ଜଣ ନୂତନ ସଦସ୍ୟା ଏହି ବର୍ଷ କ୍ଳବ୍ ରେ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ୧୦ ଜଣ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା, ଯେଉଁମାନେ ସମାଜରେ ନିଜ ସ୍ଥାନ ସୃଷ୍ଟି କରିଛନ୍ତି ଓ ଅନ୍ୟମାନଙ୍କୁ ପ୍ରେରଣା ଦେଇଛନ୍ତି। ଏହା ସାର୍ବଭୌମ ସମାନତା ଓ ଶ୍ରେଷ୍ଠତାର ପ୍ରତୀକ ରୂପେ ବିବେଚିତ ହୋଇଥିଲା। ରୋଟରିଆନ ମମତା ମଞ୍ଚ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ସବିତା ମହାନ୍ତି, ଅମୀୟବାଳା ପରିଡ଼ା, ଚୁମକି ଘୋଷାଲ, ଅମିତା ମିଶ୍ର, ତୃପ୍ତିରେଖା ଭଞ୍ଜଦେଓ, ଅର୍ପିତା ମହାନ୍ତି, ସୁଜାତା ସାହୁ ପ୍ରମୁଖ କ୍ଳବ୍ ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ଓ ତଦାରଖ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.