ଭତ୍ରା ଡ୍ୟାମ ଅବସ୍ଥା ଦୟନୀୟ: ପାଣି ଅଭାବ, ହତାଶ ଚାଷୀ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ବହୁ ପୁରୁଣା ଭତ୍ରାଡ୍ୟାମ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁ ନାହିଁ । ଏବେବି ଭତ୍ରା ଡ୍ୟାମ ନିଜର ପରିଚୟ ଖୋଜୁଛି । ୭୦ ବର୍ଷହେବ ଏହି ଡ୍ୟାମ ନିର୍ମାଣ ହେଲାଣି କିନ୍ତୁ ଥରେ ମଧ୍ୟ ପୁନରୁଦ୍ଧାର ହୋଇନାହିଁ । ଡ୍ୟାମ ରେ ୧୫ ଫୁଟ ମାଟି ପୋତିହେବା ଯୋଗୁଁ ଜଳ ଯୋଗାଣ ରେ ଅନେକ ଅସୁବିଧା ହେଉଛି । ଅଧୂକ ଜମି ରେ ଚାଷ ହେଉଥ‌ିବା ବେଳେ ପାଣି କମ ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ସୂଚନାରୁ ପ୍ରକାଶ ଯେ,ଜୁନାଗଡ଼ ବ୍ଲକ ବକ୍ସିତୁଲସିପାଲି ପଞ୍ଚାୟତର ରଣପୁର ଓ ଏକନାଗୁଡା,କଲେଇ ଗାଁ ପଞ୍ଚାୟତର ଜାମଚୁଆଁ ଓ ଦାବ୍ରିଗୁଡା,ଦେଦର ପଞ୍ଚାୟତର ଗୋଲାମୁଣ୍ଡା ଓ ସୋରସମାଲ ଗ୍ରାମ ସମେତ ୩ଟି ପଞ୍ଚାୟତ ର ୩୦୦ ଏକରରୁ ଉର୍ଦ୍ଧ୍ବ ଜମିରେ ଭତ୍ରା ଡ୍ୟାମ ନିର୍ମାଣ ହୋଇଛି । ଡ୍ୟାମ ଦ୍ବାରା ବର୍ତମାନ ୧୭୧୩.୩୭ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଉଛି । ଭତ୍ରା ଡ୍ୟାମ ଡାହାଣ ବ୍ୟାଙ୍କ ଦ୍ବାରା ରଣପୁର, ବକ୍ସିତୁଲସିପାଲି, କୁପାଗାଁ, କୃଷ୍ଣପୁର, ମାଲଗୁଣ୍ଡ, ମେରିଆବନ୍ଧଲି ଓ ଜୁନାଗଡ଼ ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଏ । ସେହିଭଳି ଡ୍ୟାମର ଡାହାଣ ବ୍ୟାଙ୍କ ଦ୍ବାରା ସାନ ଡେମେରବାହାଲ,କଲେଇ ଗାଁ,କୁଲିହାରୀ, ଚାରଭାଟି ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଇଥାଏ । ଏ ଅଞ୍ଚଳର ଚାଷୀଙ୍କ ପାଇଁ ପାଣି ଯୋଗାଇଦେବା ନିମନ୍ତେ ଭତ୍ରାଡ୍ୟାମର କଳ୍ପନା ହୋଇଥୁଲା I ଘନା ଜଙ୍ଗଲର ପାଣିକୁ ଦଲମଜୋର ଜରିଆରେ ଆଣି ଭତ୍ରା ଡ୍ୟାମରେ ରଖା ଯାଉଥିଲା । ୧୯୫୨ ମସିହାରେ ମାଧ୍ଯମ ଜଳ ସେଚନ ବିଭାଗରୁ କ୍ଷୁଦ୍ର ଜଳ ସେଚନ ବିଭାଗକୁ ହସ୍ତାନ୍ତର ହୋଇଥିଲା । ୧୯୫୮ ମସିହାରେ ଡ୍ୟାମ ଓ କେନାଲ କାମ ଆରମ୍ଭ ହୋଇ ୧୯୬୩ ମସିହା ଜୁନ ମାସରେ ଏହି କାମ ଶେଷ ହୋଇଥିଲା । ଗତ ୨୦୦୧ ମସିହା ଜୁନ ମାସ ୧୨ ତାରିଖରେ କ୍ଷୁଦ୍ର ଜଳ ସେଚନ ବିଭାଗରୁ ଇନ୍ଦ୍ରାବତୀକୁ ହସ୍ତାନ୍ତର ହୋଇଥିଲା । ଏହି ଡ୍ୟାମ ଭୁବନେଶ୍ବର ଡ୍ୟାମ ସେପ୍ଟି ଅଧୀନରେ ଥୂବା ଯୋଗୁଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ପୁନରୁଦ୍ଧାର ପାଇଁ ରିପୋର୍ଟ ପ୍ରଦାନ କରାଯାଇଥାଏ ।ବର୍ତ୍ତମାନ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଭତ୍ରା ଡ୍ୟାମରେ ନୌକା ବିହାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ଭିଡ଼ ମଧ୍ଯ ଦେଖା ଯାଉଛି । ହେଲେ ଚାଷୀଙ୍କ ପାଇଁ ଭତ୍ରା ଡ୍ୟାମକୁ ପୁନରୁଦ୍ଧାର ନିମନ୍ତେ କୌଣସି ଆବେଗ ଦେଖାଉ ନ ଥିବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଇନ୍ଦ୍ରାବତୀ କେନାଲ ଡିଭିଜନ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ନେଇ ଆମେ ସରକାରଙ୍କୁ ଜଣାଇଛୁ ବୋଲି କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.