୩୧ ରେ ନର୍ଲା ମୁଖ୍ୟାଳୟର ଜଣେ ପ୍ରିନ୍ସପାଲ ଓ ଦୁଇ ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ହେଡ କ୍ୱାଟର୍ସର ତିନି ପ୍ରଧାନ ଶିକ୍ଷକ ଜୁଲାଇ ଅନ୍ତିମ ଦିବସରେ ଅବସର ନେବେ। ନର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଜୁନିୟର କଲେଜ) ର ପ୍ରିନ୍ସପାଲ ଭବାନୀ ଶଙ୍କର ଦାସ। ଗତ ବର୍ଷ ରାମଚନ୍ଦ୍ର ସାହୁ ଅବସର ଗ୍ରହଣ କରିବା ପରେ ତାଙ୍କଠୁଁ ଦାୟୀତ୍ୱ ଗ୍ରହଣ କରିଥିଲେ ପ୍ରିନ୍ସପାଲ ଶ୍ରୀ ଦାସ। ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିବା ନର୍ଲା ଜୁନିୟର କଲେଜର ୧୨ ଜଣ କର୍ମଚାରୀ ଆଗରୁ ଅବସର ନେଇ ସାରିଥିବା ବେଳେ ପ୍ରିନ୍ସପାଲ ଶ୍ରୀ ଦାସ ଅବସର ନେବା ରେ ୧୩ ନମ୍ବର କର୍ମଚାରୀ ଅଟନ୍ତି। ସେ ଅଧ୍ୟପକରୁ ଏବେ ରିଡର ପଦବୀ ରେ ଅବସର ନେଉଥିବା ଜଣାପଡ଼ିଛି। କଲେଜ ପାଖରେ ରହିଥିବା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ(ନୋଡାଲ ହାଇସ୍କୁଲ) ର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ ମଧ୍ୟ ଅବସର ଗ୍ରହଣ କରୁଛନ୍ତି। ସେ ନର୍ଲା ହାଇସ୍କୁଲ ର ୫ମ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ ସେନାପତିଙ୍କ ଠାରୁ ଜାନୁୟାରୀ ୨୦୨୧ ମସିହାରୁ ଦାୟୀତ୍ୱ ଗ୍ରହଣ କରିଥିଲେ। ତାଙ୍କ ଏହି ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ମ୍ୟାଟ୍ରିକ ବ୍ୟାଚ ଗୁଡ଼ିକ ରେ ଉନ୍ନତ ମାନର ରିଜଲ୍ଟ ଆଣି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି ଛାତ୍ର ଛାତ୍ରୀ। ସେହିଭଳ ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ବାରିକ। ୧୯୮୯ ରେ ସ୍ଥାପିତ ନର୍ଲା ପ୍ରଥମିକ ବିଦ୍ୟାଳର ୧୦ ମ ପ୍ରଧାନ ଶିକ୍ଷକ ଭାବରେ ଅବସର ନେଉଛନ୍ତି ଶ୍ରୀ ବାରିକ।ଏହି ତିନି ପ୍ରଧାନ ଙ୍କୁ ଛାତ୍ର ଛାତ୍ରୀ, ଅଭିଭାବକ ଓ ନର୍ଲା ବାସୀଙ୍କ ତରଫରୁ ଭବ୍ୟ ଭାବରେ ଓ ସୁନ୍ଦର ପରିବେଶରେ ବିଦାୟ ସମ୍ୱର୍ଦ୍ଧନା ଦିଆଯିବ ବୋଲି ସୁଚନା ମିଳିଛି। ଅବସର କାଳୀନ ବିଦାୟୀ ପ୍ରିନ୍ସପାଲ ଓ ପ୍ରଧାନ ଶିକ୍ଷକ ମାନଙ୍କୁ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ପ୍ରାଥମିକ ଶିକ୍ଷକ ସଂଘ ନର୍ଲାର ସଭାପତି ମୀନ କେତନ ସାହୁ, ସମ୍ପାଦକ ଅମିତ ଶର୍ମା ପ୍ରମୁଖ ଉପରୋକ୍ତ ବିଦାୟୀ ପ୍ରିନ୍ସପାଲ ଓ ପ୍ରଧାନ ଶିକ୍ଷକ ମାନଙ୍କୁ ସେମାନଙ୍କ ଅବସର କାଳୀନ ଜୀବନ ସୁଖମୟ ହେଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.