ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ):
ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ଓ ଆଦିତ୍ୟ ଏଜୁକେସନାଲ ସୋସାଇଟି ମଧ୍ୟରେ ପାରଳାଖେମୁଣ୍ଡି ଠାରେ ନିଯୁକ୍ତି ଭିତ୍ତିକ ତାଲିମ୍ ପାଇଁ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଅଛି । ଏହି ଚୁକ୍ତି ସ୍ୱାକ୍ଷରିତରେ ଜିଲ୍ଲା ତଥା ରାଜ୍ୟର ୨୪୦ ଜଣ +୨ ତଥା ଯୁକ୍ତ ଦୁଇ ପାସ୍ କିମ୍ବା ଫେଲ୍ ହୋଇଥିବା ଯୁବକ , ଯୁବତୀଙ୍କୁ ମାଗଣା ଆବାସିକ ତାଲିମ୍ ତଥା ନିଯୁକ୍ତି ର ସୁଯୋଗ ଯୋଗାଇ ଦିଆଯିବ । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଓ ଆଦିତ୍ୟ ଏଜୁକେସନାଲ ସୋସାଇଟି ଶ୍ରୀକାକୁଲମ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ରାଓ ଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଅଛି । ଏହା ଦ୍ଵାରା ୨୪୦ ଜଣ ଯୁବକ ଯୁବତୀ ଙ୍କୁ ଏସୋସିଏଟ ଷ୍ଟୋର ଫାର୍ମା ଓ ପେସେଣ୍ଟ ରିଲେସନ ଏସୋସିଏଟ ଟ୍ରେଡ ରେ ନିଯୁକ୍ତି ଭିତ୍ତିକ ସ୍ୱଳ୍ପ ମିଆଦି ତାଲିମ୍ ପ୍ରଦାନ କରାଯିବ ବୋଲି କୁହାଯାଇଛି ।