କୋକସରା ବ୍ଲକ ଯାଦବ କର୍ମଚାରୀ ସଂଘର ପୂର୍ଣ୍ଣାଙ୍ଗ କମିଟି ଗଠନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ଚିଲିଗୁଡା ସ୍ଥିତ ଯାଦବ ଭବନଠାରେ ରବିବାର ବ୍ଳକ ଯାଦବ କର୍ମଚାରୀ ସଂଘର ପୂର୍ଣ୍ଣାଙ୍ଗ କମିଟି ଗଠନ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଯାଦବ କର୍ମଚାରୀ ସଂଘ ସଭାପତି ପ୍ରେମ ଚନ୍ଦ୍ର ଗୋପାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବ୍ଳକ ଯାଦବ ମହାସଭାର ସଭାପତି ଦ୍ବାରିକାନାଥ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଭାଗବତ କଟା ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଯାଦବ ସଶକ୍ତ ଓ ସମୃଦ୍ଧ ଯାଦବ ସମାଜ ମାଧ୍ୟମରେ ରାଜନୈତିକ, ଅର୍ଥନୈତିକ ଓ ଯେ କୌଣସି କ୍ଷେତ୍ରରେ ବିକାଶ କରିବା ପାଇଁ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କ୍ରମରେ ବ୍ଳକ ଯାଦବ କର୍ମଚାରୀ ସଂଘର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଥିଲା। ମୋଟେର ଜୋନ୍ ଉପ ସଭାପତି ଭାବରେ ମାଙ୍ଗେଲାଲ ନାଏକ, ସହ ସମ୍ପାଦକ ଫକିର ମୋହନ ଚଣ୍ଡି, ଉପଦେଷ୍ଟା ଚିତ୍ରସେନ ବେମାଲ, କୋକସରା ଜୋନ୍ ଉପ ସଭାପତି ମୁକ୍ତେଶ୍ଵର ପୁଞ୍ଜି, ସହ ସମ୍ପାଦକ ତ୍ରିନାଥ ବାଗ, ଉପଦେଷ୍ଟା କ୍ଷିରାବ୍ଧି ବେମାଲ, ଆମପାଣି ଜୋନ୍ ଉପ ସଭାପତି ଭାବରେ ମାଲଗୁଣ୍ଡିଆ ନାଗ, ସହ ସମ୍ପାଦକ ସମ୍ଭୁଶ୍ବର ନାଗ, ଉପଦେଷ୍ଟା ହେମନ୍ତ ଯାଦବ ପ୍ରମୁଖ ମନୋନୀତ ହୋଇଥିଲେ। ଏହି ବୈଠକରେ ବ୍ଳକ ଯାଦବ କର୍ମଚାରୀ ସଂଘର କୋଷାଧ୍ୟକ୍ଷ ସୁଧୀର କୁମାର ନାଗଙ୍କ ସମେତ ଆମପାଣି, କୋକସରା ଓ ମୋଟେର ଜୋନ୍ ରୁ ଯାଦବ କର୍ମଚାରୀ ମାନେ ଉପସ୍ଥିତ ରହି ଯାଦବ କର୍ମଚାରୀ ସଂଘ ଏକତା ସୁତ୍ରରେ ବାନ୍ଧି ହୋଇ ସମାଜର ଦୁଃଖ ରଙ୍କ ଓ ନିମ୍ନସ୍ତରରେ ଥିବା ଯାଦବ ମାନଙ୍କ ଉତ୍ଥାନ ସକାଶେ କାର୍ଯ୍ୟ କରିବା ପାଇଁ ମତ ପୋଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.