ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ପୁରାତନ ବିଦ୍ୟାର୍ଥୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ):
ସଇଁତଳା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲର ପୁରାତନ ବିଦ୍ୟାର୍ଥୀଙ୍କ ସମ୍ମିଳନୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ତଥା ପୁରାତନ ଛାତ୍ର ସମ୍ରାଟ ବିଶ୍ୱାସ, ଜିତେନ୍ଦ୍ର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଶିକ୍ଷକ ସୁରେନ୍ଦ୍ର ବଗର୍ତ୍ତୀ, ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ଶ୍ରଦ୍ଧାଞ୍ଜଳି ଦାଶ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ଯଜ୍ଞେଶ୍ଵର ପ୍ରିତମ ରାଜପଲିଆ, ସଚିନ ଜୈନ, ଅରବିନ୍ଦ ଭାଟି, ସାହିଲ ମାଝୀ, ଆଶିଷ ମେହେର, ରୋଶନ ବେହେରା, ଗୌରବ କୁମ୍ଭାର, ପ୍ରିୟଙ୍କା ମହାକୁର, ଜ୍ୟୋତ୍ସ୍ନାମୟୀ ରାଜପଲିଆ, ବିଷ୍ଣୁପ୍ରିୟା ଭୋଇ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ୨୦୩୦ ମସିହାରେ ବିଦ୍ୟାଳୟର ୨୫ ବର୍ଷ ପୂରଣ ଅବସରରେ ସିଲଭର ଜୁବୁଲି କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀ ରାଜପଲିଆ ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟତାପୂର୍ଣ୍ଣ ସହଯୋଗ କାମନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଦୀପକ ରାଜପଲିଆ, ଧୁଵଲେଶ୍ଵର ମେହେର, ଅଶୋକ ରାଜପଲିଆ, ଶ୍ରେୟାଂଶ ବଗର୍ତ୍ତୀ, ଜ୍ୟୋତିକୃଷ୍ଣ ଧରୁଆ, ମଞ୍ଜୁ ସାହୁ, କାବ୍ୟା ରାଜପଲିଆ, ତରୁଣ ମେହେର, ଭୂମିକା ହରପାଲ, ନେହାରିକା ମେହେର, ଆରାଧ୍ୟା ବାଗ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ | ଶେଷରେ ପୁରାତନ ଛାତ୍ର ପ୍ରତ୍ୟୁଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.