ଲଟାବୁଦା ମଧ୍ୟରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ସକାଳେ ପୁରୁଷୋତ୍ତମପୁର ଅଞ୍ଚଳ ପାଣ୍ଡିଆ ଛକ ନିକଟ ବ୍ରିଜପାଖ ଏକ ଲଟା ବୁଦାରେ ଏକ ଗଳିତ ଶବ ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ପୁରୁଷୋତ୍ତମପୁର ଥାନାକୁ ଖବର ଦେଇଥିଲେ। ତୁରନ୍ତ ଥାନା ଆଇ ଆଇସି ଓ ଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଏସଡ଼ିପିଓଙ୍କୁ ମଧ୍ୟ ଖବର ଦେଇଥିଲେ। ତେବେ ଏସଡ଼ିପିଓ ସେହି ସ୍ଥାନ ରେ ପହଞ୍ଚି ତାହାର ଚତୃପାର୍ଶ୍ଵ ଭିତ୍ତି ଭୂମି କୁ ଅନୁଧ୍ୟାନକରିଲା ପରେ ଏହା ଏକ ହତ୍ୟା କାଣ୍ଡ ହୋଇଥାଇ ପାରେ ବୋଲି ତଦନ୍ତ ଆରମ୍ଭ କରିଥିଲେ | ତେବେ ଘଟଣା ର କିପରି ଫର୍ଦାଫାଶ ହେଲା ଆସନ୍ତୁ ଜାଣିବା,
ପୁରୁଷୋତ୍ତମପୁର-ବ୍ରହ୍ମପୁର ମୁଖ୍ୟରାସ୍ତାର ପାଣ୍ଡିଆ ଛକ ନିକଟରେ ଥ‌ିବା ଋଷିକୁଲ୍ୟା ନଦୀଉପରେ ସପୋର୍ଟ ୱାଲ କାମ କରିବା ନିମନ୍ତେ ହରକୁଲ ଷ୍ଟ୍ରାକ୍ଚର ସିଷ୍ଟମ ନାମକ ଏକ ସଂସ୍ଥା ଦ୍ୱାରା ପଶ୍ଚିମ ବଙ୍ଗ ରକିଛି ଶ୍ରମିକ ଏହି ମରାମତି କାର୍ଯ୍ୟରେ ନିୟୋଜିତ ହୋଇ ଥିଲେ | ତେବେ ସେମାନଙ୍କ ମଧ୍ୟରେ ମୁର୍ଦାବାସ ଜିଲ୍ଲା ସମରଗଞ୍ଜ ଥାନା ଅନ୍ତର୍ଗତଦେବଦାସ ପୁର ଗ୍ରାମର ଲୋକମାନ ଶେଖନାମକ 45 ବର୍ଷ ର ଜଣେ ଶ୍ରମିକ ରୋଷେୟା ଭାବେ କାମ କରୁ ଥିଲେ | ତେବେ କୌଣସି କାରଣ କୁ ନେଇ ଏହି ରୋଷେୟା ଓ ଶ୍ରମିକ ଙ୍କ ମଧ୍ୟରେଦୁଇଦିନ ତଳେ ଯୁକ୍ତିତର୍କ ଓ କଥା କଟାକଟି ପରେ ଘଟଣା ଉଗ୍ରରୂପ ନେଇଥିବାରୁ କିଛିଶ୍ରମିକ ମିଶି ରୋଷେୟା ଲୋକମାନ ଶେଖ କୁ କିଛି ଅସ୍ତ୍ର ରେ ଆଘାତ କରିମାରିଥିଲେ ସେଜେତେ ବେଳେ ତଳେ ପଡି ମରିଯାଇଥିଲା ତାକୁ ଏହି ବ୍ରିଜ ନିକଟ ବୁଦା ମୂଳରେ ଫୋପାଡ଼ି ଏହି ସ୍ଥାନରୁ ଫେରାର ହୋଇ ଯାଇଥିଲେ | ଏହି ମୃତଦେହ ପଚିଶଢି ଦୁର୍ଗନ୍ଧହେବାପରେ ଯେତେବେଳେ ଅସହ୍ୟ ହେଲା ସେତେବେଳେ କିଛି ଲୋକଙ୍କ ଦ୍ୱାରା ଏହା ଜଣା ପଡିଲା | ପୁରୁଷୋତ୍ତମପୁର ଥାନା କେସ ନଂ ୬୭୫/୨୫ ପ୍ରକାରେ କେଶ ରୁଜୁ କରି ମୃତଦେହକୁ ବ୍ୟବଛେଦ ଲାଗି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି | ତେବେ ଏହି ଘଟଣା ଘଟିବା ପାରେ ଠିକା ସଂସ୍ଥା କିମ୍ବା ଅନ୍ୟ କୌଣସି ଶ୍ରମିକ କାହିଁକି ପୋଲିସ କୁ ଏହି ଘଟଣା ଉପରେ ଜଣାଇ ନଥିଲେ ତାହାହିଁ ସମସ୍ତ ଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.