ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ନର୍ଲାରୋଡ ଗଣେଶ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସାରା ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ, ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକରେ ଅନୁଷ୍ଠିତ ହୋଇଛି ଗଣେଶ ପୂଜା । ପ୍ରାୟତଃ ଅନେକ କ୍ଲବ, ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକରେ ଦେଖିବାକୁ ମିଳିଛି ବଡ ବଡ ଗଣେଶ ମୂର୍ତ୍ତି ସବୁ। ଏହି କ୍ରମରେ ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବ୍ୟବସାୟୀକ ପେଣ୍ଠସ୍ଥଳି ନର୍ଲାରୋଡରେ ରାଧାକୃଷ୍ଣ ୟଙ୍ଗ କ୍ଲବ ତରଫରୁ ଦୁର୍ଗା ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ହୋଇଛି ଗଣେଶ ପୂଜା।ନର୍ଲାରୋଡର ବହୁ ପ୍ରସିଦ୍ଧ ନବରାତ୍ରୀ ଦୁର୍ଗାପୂଜା ସମୟରେ ଯେଉଁଭଳି ଭାବରେ ରାସ୍ତାସାରା ରଙ୍ଗୀନ ଆଲୋକ ମାଳାରେ ସାଜ ସଜ୍ଜା ଅନୁଷ୍ଠିତ ହୋଇଥାଏ ଓ ସୁଦୃଶ୍ୟ ତୋରଣ କରାଯାଇଥାଏ ଠିକ ସେହିଭଳି ରଙ୍ଗୀନ ଆଲୋକ ମାଳା ରାସ୍ତା ସାରା ସୁସଜ୍ଜିତ ହେବା ସାଙ୍ଗକୁ ସୁଦୃଶ୍ୟ ତୋରଣରେ ଝଲସି ଉଠୁଛି ନର୍ଲାରୋଡ। ପୂଜା କମିଟିର ସଭାପତି ବିଜୟ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଓମପ୍ରକାଶ ପୁଝାରୀ ପୁଜା କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରୁଛନ୍ତି। ଯୁବ ପଣ୍ଡିତ ଶିବାଶିଷ ପାଢୀ ପୂଜକ ପଣ୍ଡିତ ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ପରିଚାଳନା କମିଟିର କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ପରିଡା, ମାର୍ଗଦର୍ଶକ ନୀଳକଣ୍ଠ ବେହେରା, ବରିଷ୍ଠ ସଦସ୍ୟ ସିପୁ ଜେନା, ସୁରଜ ଦାସ, ଆଶିଷ ରାଉତ, ସବ୍ୟସାଚୀ ବାଗ, ମିଥୁନ ମାଝୀ, ଆଶୁତୋଷ ମାଝୀ ପ୍ରମୁଖ ପୂଜା ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ଆସନ୍ତା ଶନିବାର ଦିନ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି । ସେହିଭଳି ସର୍ଗିଗୁଡା ପ୍ରହରୀ ମଣ୍ଡପରେ ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ମାଝୀ ପଡାରେ ଗଣେଶ ପୂଜା କମିଟି ତରଫରୁ ଭବ୍ୟ ଭାବରେ ଆୟୋଜିତ ହୋଇଛି ପୂଜା। ତୁଲାଗାଁ ରଣାପଡାରେ ତ୍ରୀନାଥ ମନ୍ଦିର କମିଟି ତରଫରୁ ଭବ୍ୟ ଭାବରେ ଆୟୋଜିତ ହୋଇଛି ଗଣେଶ ପୂଜା। ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ଓ ମାଉଣ୍ଟେନ କିଡ୍ସ ଇଂଲିସ ମିଡିୟମ ସ୍କୁଲରେ ମଧ୍ୟ ନିଆର ଭାବରେ ଆୟୋଜିତ ହୋଇଛି ଗଣେଶ ପୂଜା। ନର୍ଲା ନୋଡାଲ ହାଇସ୍କୁଲ, ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ସମେତ ନର୍ଲା ବସ୍ତି ମଧ୍ୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱତନ୍ତ୍ର ଭାବରେ ଆୟୋଜିତ ହୋଇଛି ଗଣେଶ ପୂଜା। ପ୍ରତିବର୍ଷ ଭଳି ରୁପ୍ରାରୋଡ ପୁଟେଲ ପଡା ଓ ବସ୍ତି ମଧ୍ୟରେ ଭବ୍ୟ ଭାବରେ ଗଣେଶ ପୁଜା ଆୟୋଜିତ ହୋଇଥିବା ଦେଖିବାକୁ ମିଳୁଛି। ଆସନ୍ତା କାଲି ଗୁରୁବାର ପଶ୍ଚିମ ଓଡିଶାର ପବିତ୍ର ଗଣ ପର୍ବ ନୂଆଖାଇ ରହିଥିବାରୁ ଗାଁ ମାନଙ୍କରେ ମଧ୍ୟ ଅନେକ ଆନନ୍ଦ,ଉତ୍ସାହ ଓ ଉଦ୍ଦୀପନାରେ ଯୁବ ଗୋଷ୍ଠୀ ଙ୍କ ଦ୍ୱାରା ଗଣେଶ ପୂଜା ସବୁ ସ୍ଥାନେ ସ୍ଥାନେ ଆୟୋଜିତ ହୋଇଥିବା ଦେଖିବାକୁ ମିଳୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.