ବିଦାୟ ନେଲେ ଗଣପତି: ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଭବ୍ୟ ଭଷାଣୀ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଧରା ପୃଷ୍ଠରୁ ବିଦାୟ ନେଲେ ସିଦ୍ଧିଦାତା ଶ୍ରୀ ଗଣେଶ। ପୁଣି ବର୍ଷକର ଅପକ୍ଷା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳରେ ୪୫୦ ରୁ ଉର୍ଦ୍ଧ୍ବ ସ୍ଥାନରେ ବିଭିନ୍ନ କ୍ଲବ ଓ ଅନୁଷ୍ଠାନ ଗୁଡିକ ତରଫରୁ ବୁଧବାର ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ଗୁରୁବାର ଓ ଶୁକ୍ରବାର ପ୍ରାୟତଃ ସମସ୍ତ କ୍ଲବ, ଅନୁଷ୍ଠାନ ଗୁଡିକର ଗଣେଶ ପୂଜା ବିସର୍ଜନ ଅନୁଷ୍ଠିତ ହୋଇଛି। ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢୀପଦରର ଗଣେଶ ପୂଜା ବିସର୍ଜନ ମହା ଆଡମ୍ବର ସହକାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ବୁଧବାରରୁ ଶୁକ୍ରବାର ତିନିଦିନ ଧରି  ମଣ୍ଡପରେ ପୂଜିତ ହେଉଥିଲେ ଗଣପତି। ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ଅନୁଷ୍ଠାନର ସଦସ୍ୟମାନେ ଶୁକ୍ରବାର ସନ୍ଧ୍ୟା ସମୟରେ ଡିଜେ ବାଜାର ତାଳେ ତାଳେ ଏକ ଭବ୍ୟ ପଟୁଆରରେ ଯାଇ ଦେବଗିରି ମଠର ପୋଖରିରେ ଗଣେଶ ମୂର୍ତ୍ତିକୁ ବିସର୍ଜନ କରିଥିଲେ। ଏଥିରେ ଶତାଧିକ ମହିଳା ଓ ଗ୍ରାମବାସୀ ସାମିଲ ହୋଇଥିଲେ। ଶୃଙ୍ଖଳିତ ଭାବରେ ଗଣେଶ ପୂଜା ସମ୍ପନ୍ନ ହୋଇଥିବାରୁ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧିର କୁମାର ଧଙ୍ଗଡାମାଝୀ, ସାଙ୍ଗଠନିକ ସମ୍ପାଦକ ସୁରେଶ କୁମାର ଧଙ୍ଗଡାମାଝୀ, କ୍ରୀଡ଼ା ସମ୍ପାଦକ ଅନିଲ କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ପ୍ରମୁଖ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.