ଗଞ୍ଜେଇ ସହ ମାରୁତି ଆର୍ଟିଗା ଜବତ; ୨ ଗିରଫ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଅବକାରୀ ବିଭାଗ ମୋବାଇଲ ୟୁନିଟ୍‌ ପକ୍ଷରୁ ସହରର ପଟାଭାଡି ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ସକାଳ ପ୍ରାୟ ୮.୩୦ମି ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟରୁ ଆସୁଥିବା ଏକ ନମ୍ବର ବିହୀନ ମାରୁତି ଆର୍ଟିଗା ଗାଡିକୁ ସନ୍ଦେହରେ ଅଟକ ରଖି ତନଖି କରିଥିଲେ । ତନଖି ସମୟରେ ସେଥିରୁ ୪୪ କେଜି ଗଞ୍ଜେଇ ମିଳିଥିଲା ବେଳେ ଗାଡିରେ ଥିବା ବରଗଡ଼ ଜିଲ୍ଲା ସଦର ଥାନା ନୂଆ ସରସରା ଗ୍ରାମର ଶିବ ପଣ୍ଡା (୨୭) ଓ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅଇଁଲାପାଲି ଗ୍ରାମର ଦୟାମନ୍ତ ବାଗ (୩୭)ବର୍ଷ ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ଏହା ବୌଦ୍ଧ ଜିଲ୍ଲାରୁ ବାହାର ଜିଲ୍ଲାକୁ ଚାଲାଣ କରୁଥିବା ସୂଚନା ଦେଇଛନ୍ତି । ଏ ନେଇ ସୁବର୍ଣ୍ଣପୁର ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ୧୭୪/ ୨୫/୨୬ ରୁଜୁ ହୋଇଛି । ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣରେ ବ୍ୟବହୃତ ମାରୁତି ଆର୍ଟିଗା ଗାଡି ଓ ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ଅଧୀକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦେଶ କ୍ରମେ ଏହି ଚଢାଉରେ ମୋବାଇଲ ଇନ୍ସପେକ୍ଟର ପ୍ରକାଶ କୁମାର ସା, ଇନ୍ସପେକ୍ଟର ହରପ୍ରସାଦ ରଣା, ଏସଆଇ ଶାନ୍ତନୁ ପଟ୍ଟନାୟକ, ବିଶ୍ଵନାଥ ଭୋଇ, ରାମଚନ୍ଦ୍ର ପଟ୍ଟନାୟକ, ଏଏସଆଇ ସନ୍ତୋଷ କୁମାର ସ୍ଵାଇଁ, ଅଭିଳାଷ ବେହେରା ପ୍ରମୁଖ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.