ରୁପ୍ରାରୋଡ ଦୁର୍ଗା ପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ  ନବରାତ୍ର ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିପାଇଁ ଦୁର୍ଗା ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତିକ୍ରମେ ସଭାପତି ଭାବରେ ଓମ୍ ପ୍ରକାଶ ଅଗ୍ରୱାଲ, ଉପ ସଭାପତି ଭାବରେ ସୁବାଷ ଚନ୍ଦ୍ର ଅଗ୍ରୱାଲ, ସାଧାରଣ ସମ୍ପାଦକ ଭାବରେ ଦିନେଶ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ଭାବରେ ଭାରତୀ ମହାନ୍ତି, ନୀରଜ ଶର୍ମା, ସେହିଭଳି କୋଷାଧ୍ୟକ୍ଷ ଭାବରେ ଆଲୋକ ଅଗ୍ରୱାଲ, ଉପ କୋଷାଧ୍ୟକ୍ଷ ଭାବରେ ବଣ୍ଟି ଖେତାନ, ପ୍ରମୁଖ ମନୋନୀତ ହୋଇଛନ୍ତି। ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଅନୀଲ କୁମାର ଅଗ୍ରୱାଲ, ରତନ କୁମାର ଅଗ୍ରୱାଲ, ସାମ୍ବାଦିକ ଦୀପକ ମହାନ୍ତି ଓ ଅନୀଲ କୁମାର ଅଗ୍ରୱାଲ, ସୁବାଷ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ଛୋଟୁ ଅଗ୍ରୱାଲା ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.