କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ପକ୍ଷରୁ ନୂଆଁଖାଇ ଭେଟ୍ ଘାଟ୍

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ପକ୍ଷରୁ ନୂଆଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୂଖ୍ଯ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ସରପଞ୍ଚ ପ୍ରତିନିଧି ନରେଶ ସଗ୍ରିଆ, ମୂଖ୍ଯବକ୍ତା ବେଳପଡା ସରପଞ୍ଚ ଖରତ ବାଗ, ଭାଲୁମୁଣ୍ଡା  ସରପଞ୍ଚଙ୍କ ପ୍ରତିନିଧି ବସନ୍ତ ମେହେର, ଯୁରାବନ୍ଧ ସମିତି ସଭ୍ଯାଙ୍କ ପ୍ରତିନିଧି ବୈଶାଖୁ ମିର୍ଦ୍ଧା, ତୁରେକେଲା ସମିତି ସଭ୍ଯ ମୁରଲିଧର କୁମ୍ଭାର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମାମରାଜ ଜୈନ, ଜିଲ୍ଲା ଯାଦବ ସଂପାଦକ କ୍ଷୀର ବଛା, ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଢ, ପୂର୍ବତନ ମଣ୍ଡଳ ସଭାପତି ତ୍ରିବିକ୍ରମ ବଛା, ଗୌନ୍ତିଆ ବୈଷ୍ଣବ ବାଗ, ନାଏବ ସରପଞ୍ଚ ପରମେଶ୍ଵର ଭୋଇ, ଓ୍ବାଡ ମେମ୍ବର ରସିକ ପୋଡ, ମଦନ ମିର୍ଦ୍ଧା, ପ୍ରମୁଖ ମଞ୍ଚାସୀନ ହୋଇଥିଲେ। କପିଳେଶ୍ବର ଯୁବକ ସଂଘ ପକ୍ଷରୁ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏକ ବୃକ୍ଷ ଦେଇ ସ୍ବାଗତ ସମ୍ବଦ୍ଧନା କରାଯାଇଥିଲା। ସଂପାଦକ ତୁଳାଚନ୍ଦ୍ର ପୋଢ ସଭା ପରିଚାଳନା କରିଥିବା ବେଳେ ସଂଘର ସଭାପତି ଲିଙ୍ଗରାଜ ପୋଢ ଧନ୍ଯବାଦ ଅର୍ପଣ କରିଥିଲେ। କପିଳେଶ୍ବର ଯୁବକ ସଂଘ ପକ୍ଷରୁର ଗ୍ରାମର ବିଶିଷ୍ଟ ବ୍ଯକ୍ତି ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଝୋଟି, ମ୍ୟୁଜିକ ଚାୟାର, ନୃତ୍ଯ ପ୍ରତିଯୋଗିତା କରାଯାଇଥିଳା ଓ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ନୃତ୍ୟ ପ୍ରତିଯୋଗିତାରେ ସୃତି ବଇକାର ପ୍ରଥମ, ପୁଷ୍ପାଞ୍ଜଳୀ ସଗ୍ରିଆ ଦ୍ବିତୀୟ, ଡିଏମଏସ ଡ୍ୟାନ୍ସ ଗୃପ ଢୁଷାମୁଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.