ନର୍ଲା ଓ ଜୟପାଟଣା ଏନଏସି ଘୋଷିତ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ ପ୍ରଦୀପ୍ତ ନାଏକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟରେ ୧୬ଟି ନୂଆ ଏନଏସି ଓ ୭ଟି ନୂଆ ମ୍ୟୁନିସପାଲିଟି ଗଠନ ପାଇଁ ରବିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୬ଟି ନୂଆ  ଏନଏସି ତାଲିକାରେ କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା ଥିବାରୁ ଏହି ଦୁଇ ସହରରେ ଖୁସିରେ ଲହରୀ ଖେଳିଯାଇଛି। କଳାହାଣ୍ଡି ବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରିଥିବାରୁ   ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ। ସେ କହିଛନ୍ତି ଯେ, – ‘ଏହି ଐତିହାସିକ ନିଷ୍ପତ୍ତି ଜୟପାଟଣା ଏବଂ ନର୍ଲା ଅଞ୍ଚଳର ବିକାଶକୁ ଗତି ଦେବା ସହ ସ୍ଥାନୀୟ ଲୋକମାନଙ୍କ ଜୀବନରେ ନୂତନ ଆଶା ଓ ସୁଯୋଗ ସୃଷ୍ଟି କରିବ। ସରକାରଙ୍କ ବିଭିନ୍ନ ନଗରୀୟ ଯୋଜନା ଓ ସେବା ଏବେ ସିଧାସଳଖ ଭାବରେ ଏଠାରେ ପହଞ୍ଚି, ଲୋକମାନଙ୍କ ସାଧାରଣ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବ। ଜୟପାଟଣା ଓ ନର୍ଲାକୁ ଏନଏସି ଘୋଷଣା, କଳାହାଣ୍ଡି ଜିଲ୍ଲାର ବିକାଶ ଯାତ୍ରାରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ଅଙ୍କିତ ହେବ।’

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.