ନର୍ଲାକୁ ଏନଏସି ଘୋଷଣା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ନର୍ଲା ବିକାଶ ମଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାକୁ ରାଜ୍ୟ ସରକାର ଏନଏସି ଘୋଷଣା କରିଛନ୍ତି। ଏହା ଜଣାପଡିବା ପରେ ନର୍ଲାରେ ଖୁସିର ମାହୋଲ ଦେଖା ଦେଇଛି। ଆଜି ରବିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ନର୍ଲା ବିକାଶ ମଞ୍ଚର ସଭାପତି ପ୍ରଦୀପ ନାଏକଙ୍କ ନେତୃତ୍ବରେ ମଞ୍ଚର କର୍ମକର୍ତ୍ତା ଜଗନ୍ନାଥ ସାହୁ, ଅନି ବିଶ୍ବାଳ, କୁମୁଦ ନାଏକ, ଚିରଞ୍ଜିବୀ ଗଉଡିଆ, ଦୀପୁ ପାତ୍ର, ଅଭୟ ଚାନ୍ଦ, ମୀନକେତନ ବିଶ୍ଵାଳ,ବିକ୍ରମ ସାହୁ, ଚିନ୍ତା ନାଏକ, ନରସିଂହ ଥାପା, ପ୍ରଫୁଲ୍ଲ କୁମାର ନାଗ, ଅନ୍ତ ମାଝୀ, ଦର୍ପ ସେନାପତି, ପ୍ରଦୀପ ଚୌଧୁରୀଙ୍କ ସମେତ ଅନେକ କର୍ମକର୍ତ୍ତା ଓ ଜନସାଧାରଣ ଥାନା ଠାରୁ ବ୍ଲକ ଯାଏଁ ଏକ ଶୋଭାଯାତ୍ରାରେ ଯାଇ ଅବିର ଖେଳି, ବାଣ ଫୁଟାଇ ଖୁସି ମନାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.