ଉଲିସିର୍କାରେ ‘ଏକ୍ ପେଡ୍ ମା କେ ନାମ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ

ନର୍ଲାର ୨୬ ଗୋଟି ପଞ୍ଚାୟତରେ ଲାଗିବ ୨୬୦୦୦ ଗଛ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ର ଉଲିସିର୍କା ଗ୍ରାମର ଖାସିଡୁବୁରା ପୋଖରୀରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଅଛି। ନର୍ଲା ବ୍ଲକ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସିଡିଓ ଦୟାମୟ ପାଢ଼ୀ ଯୋଗଦାନ କରି ବୃକ୍ଷ ରୋପଣ ନିମନ୍ତେ ଗାତ ଖୋଳିବା କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଭିଡିଓ ଶ୍ରୀ ଦୀପ ମଧ୍ୟ ବୃକ୍ଷ ରୋପଣ ନିମନ୍ତେ ଗାତ ଖୋଳିଥିଲେ। ଏଥିରେ ଗ୍ରାମର ଅନେକ ମହିଳା ଓ ପୁରୁଷ ମଧ୍ୟ ସାମିଲ ହୋଇଥିଲେ।ଆସନ୍ତା ସେପ୍ଟେମ୍ବର ୧୭ ରୁ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରାଯିବ। ହେଲେ ପ୍ରତି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମନରେଗା ଯୋଜନାରେ ୧୦୦୦ ଗୋଟି ଗଛ ଲାଗିବ। ଏଣୁ ସମୟ ର ବ୍ୟବଧାନ ଦୃଷ୍ଟିରୁ ସେପ୍ଟେମ୍ବର ୬ ରୁ ୧୭ ମଧ୍ୟରେ ପ୍ରତି ପଞ୍ଚାୟତ ଅଞ୍ଚଳରେ ଗଛ ସବୁ ଲାଗିଯିବ। ଏଣୁ ଆଜି ଗାତ ଖୋଳା କାର୍ଯ୍ୟର ଶୁଭାରମ୍ଭ କଲେ ଶ୍ରୀ ପାଢୀ। ସିଡ଼ିଓ ଶ୍ରୀ ପାଢୀ ନିଜେ କୋଦାଳ ଧରି ଗାତ ଖୋଳି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।  ଉଲିସିର୍କାରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବାପାଇଁ ଗ୍ରାମ୍ୟ ଜଳଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀଙ୍କୁ ଏହି ଅବସରରେ ସିଡିଓ ଶ୍ରୀ ପାଢୀ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସମୀକ୍ଷା ତଦାରଖ ସହାୟକ ମଳୟ ଦୁର୍ଗା ଯୋଗଦାନ ଦେଇଥିଲେ। ବିପିସି ଭୋଳାନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତ୍ୟେକ ପଞ୍ଚାୟତ ପାଇଁ ଓ ପ୍ରତ୍ୟେକ ସାଇଟ ପାଇଁ ଜଣେ ଲେଖାଏଁ ଅଧିକାରୀଙ୍କୁ ନୋଡାଲ ଅଫିସର ଦାୟୀତ୍ୱ ପ୍ରଦାନ କରାଯାଇଥିବା ଜଣା ପଡ଼ିଛି। ସର୍ଗିଗୁଡା ଗ୍ରାମ ପଞ୍ଚାୟତ ରେ ନୋଡାଲ ଅଧିକାରୀ ଭାବରେ ସର୍ଗିଗୁଡ଼ାର କନିଷ୍ଠ ଯନ୍ତ୍ରୀ ସଂଯୁକ୍ତା ପାଣିଙ୍କୁ ଦାୟୀତ୍ୱ ଦିଆଯାଇଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.