ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ବଡମାଲ ଗ୍ରାମରେ ନୂଆଁଖାଇ ଭେଟଘାଟ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ସକାଳ ସମୟରେ ଗ୍ରାମ ଦେବାଦେବୀ ଜାଡେନ୍ ପୀଠରୁ ଶୋଭାଯାତ୍ରାରେ ବାହାରି ପ୍ରହରି ମଣ୍ଡପ ନିକଟ ମଞ୍ଚରେ ସ୍ଥାପନ କରାଯାଇଥିଲା । ତାପରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଅନେକ କ୍ରୀଡା ଓ ପ୍ରତିଯୋଗିତା କରାଗଲା । ପରେ ସନ୍ଧ୍ୟା ସାତ ଟାରେ କାର୍ଯକ୍ରମ ଆରମ୍ଭ କରାଗଲା । ନୂଆଖାଇ ଭେଟଘାଟ କାର୍ଯକ୍ରମର ସଭାପତି ମଧୁସୂଦନ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଆରପିଏଫ୍ ଯବାନ ଓମ ପ୍ରକାଶ ଭୋଇ , ସମ୍ମାନିତ ଅତିଥି ଭାବରେ ଗ୍ରାମର ଭଦ୍ରବ୍ୟକ୍ତି ସୁଦେବ ଭୋଇ, ଡିଙ୍ଗର ଭୋଇ, ଅଙ୍ଗଦ ଭୋଇ, ଦେବେନ୍ଦ୍ର ମାଝୀ, ନାରଦ ଭୋଇ, ଗୌତମ ବଗର୍ତ୍ତୀ, ହୃଦ ଭୋଇ, ଶ୍ରୀକର ଭୋଇ, ସର୍ବେଶ୍ଵର ମହାପାତ୍ର, ଗୋବିନ୍ଦ ମାଝୀ, ଖେଡୁ ଭୋଇ, ବଂଶୀଧର ଭୋଇ, ବେଳଧର ବଗର୍ତ୍ତୀ, ଅଭିରାମ ମାଝୀ, ଶିବ ବଗର୍ତ୍ତୀ, ଗଣ୍ଡାରାମ ଭୋଇ, ଗଙ୍ଗା ମାଝୀ, ନନ୍ଦ ଭୋଇ, କନ୍ଧ ଭୋଇ, ପିଅନ ଭୋଇ, ଉପେନ୍ଦ୍ର ମାଝୀ, ଶ୍ରୀଚନ୍ଦ୍ର ଭୋଇ, ଗୋପାଳ ଜାନୀ, ସୁମୁଖି ଭୋଇ, କାଳିନ୍ଦ୍ରି ବଗର୍ତ୍ତୀ, ପ୍ରେମ ପୋଢ଼, ମଞ୍ଜରୀ ସିଂ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ନବକୁମାର ଭୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦିନେଶ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଦିବଂଗତ ସର୍ଗତ ପ୍ରସାଦି ଭୋଇ, ରାମ ଭୋଇ, କାହ୍ନୁ ଚରଣ ଭୋଇଙ୍କ ବିୟୋଗରେ ନୀରବ ପାର୍ଥନା କରି ଆତ୍ମାର ସଦଗତି କାମନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଗାଁର ଅର୍ଜୁନ ବଗର୍ତ୍ତୀ, ଦିନେଶ ଭୋଇ, ନୀତିଶ ଜାନୀ, ବବିତା ବଗର୍ତ୍ତୀ, ତିଳୋତ୍ତମା ଭୋଇ, ମୋନାଲିସା ଜାନୀ, ଅରବିନ୍ଦ ବଗର୍ତ୍ତୀ, ନାରାୟଣ ମାଝୀ, ଚୂଡ଼ାମଣି ଭୋଇ, ପୁଷ୍ପାଞ୍ଜଳି ମାଝୀ ପ୍ରମୁଖଙ୍କୁ ସମର୍ଦ୍ଧନା କରାଯାଇଥିଲା। ଚାମଚ୍ ବାଟି, ମହିଳା ମାନଙ୍କର ହାଣ୍ଡିଫଟା ଏବଂ ରଙ୍ଗୋଳୀ କାର୍ଯକ୍ରମ ବେଶ୍ ରୋମାଞ୍ଚକର ହୋଇଥିଲା । ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ତ କଳାକାର ତଥା ଜୟକୃଷ୍ଣ ଭୋଇ ଓ ସାଥୀ ଏବଂ ସମ୍ବଲପୁରୀ ଗୀତିକାର ଅଜିତ ମାଝୀ ଓ ନୀଳମଣି ଭୋଇଙ୍କ ଦ୍ଵାରା ଦୁଲଦୁଳି ସମସ୍ତଙ୍କୁ ମନମୁଗ୍ଧ କରି ପାରିଥିଲେ । ଦୃତିୟବର୍ଷ ଏପରି ନୂଆଖାଇ ଭେଠଘାଟ କାର୍ଯ୍ୟକ୍ରମ ଆୟୋଜନରେ ଗ୍ରାମବାସୀ ବହୁତ୍ ଆନନ୍ଦ ଅନୁଭବ କରିଥିଲେ । ସାଂସ୍କୃତିକ କାର୍ଯକ୍ରମକୁ ସୁଶାନ୍ତ ଭୋଇ, ପୁଷ୍ପାଞ୍ଜଳି ମାଝୀ ଓ ତପୋବନ୍ତି ମାଝୀ ପରିଚାଳନା କରିଥିଲେ । ଧନ୍ୟବାଦ ଦେଇଥିଲେ ଦେବରାଜ ଭୋଇ । ନାରାୟଣ ମାଝୀ, ସୁଦାମ ସାହୁ, ମନୋରଞ୍ଜନ ମାଝୀ, ଦୀପକ ଭୋଇ, ଅର୍ଜୁନ ବଗର୍ତ୍ତୀ, ରାମଚନ୍ଦ୍ର ଭୋଇ, ଜଗା ମାଝୀ, ସ୍ଵାଧୀନ ଭୋଇ, ସଞ୍ଜୟ ଜାନୀ, ପ୍ରତାପ ମାଝୀ, ତିଳୋତ୍ତମା ଭୋଇ, ବୃନ୍ଦାବତି ଭୋଇ, ବନି ଭୋଇ, ବିନୋଦିନୀ ଭୋଇ, ଉଦ୍ଧବ ମାଝୀ, ମୋହନ ଜିତ୍ ଭୋଇ, ଶଶିଧର ଭୋଇ, ରମା ଭୋଇ, ଜୟକୃଷ୍ଣ ଭୋଇ, ଚିନ୍ତା ପୋଢ଼, ମଧୁ ଭୋଇ, ଡୋଳାମଣି ବଗର୍ତ୍ତୀ, ଚନ୍ଦ୍ର ଭୋଇ, ରାଜୀବ ଲୋଚନ ଭୋଇ, ସରୋଜ ମାଝୀ, ନିମାଇ ଭୋଇ ତଥା ନୂଆଖାଇ ଭେଟଘାଟ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।