ଆଜି ଶ୍ରାବଣ ଶେଷ ସୋମବାର, ଉତ୍ସବ ମୁଖର ଭୋଳାନାଥଙ୍କ ମନ୍ଦିର

ସୋନପୁର,୧୨/୮ : ମହାଦେବ ଶିବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ । ଏହି ମାସରେ ମହାପ୍ରଭୁ ଶିବଙ୍କଠାରେ ଜଳ ଲାଗି ଓ ପୂଜାର୍ଚ୍ଚନା କଲେ ମହାଦେବଙ୍କ କୃପା ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏଥିପାଇଁ ଶ୍ରାବଣ ମାସରେ ପ୍ରତି ସୋମବାରରେ ଶିବାଳୟରେ ଭକ୍ତଙ୍କ ଭିଡ଼ ଜମିଥାଏ । ସୋନପୁର ଜିଲାରେ ମାସ ସାରା ଶିବାଳୟରେ ଭକ୍ତଙ୍କ ଭିଡ଼ ଜମୁଛି । ରବିବାର ସନ୍ଧ୍ୟାରୁ କାଉଡ଼ିଆମାନେ ବାହାରି ଶିବାଳୟ ଅଭିମୁଖେ ଯାତ୍ରା କରିଛନ୍ତି ।

ସୋନପୁର ଜିଲାର ପ୍ରସିଦ୍ଧ ଶୈବପୀଠ ରାମେଶ୍ୱର, ସୁବର୍ଣ୍ଣମେରୁ, ଗୋକନେଶ୍ୱର ବାବା, ପଶ୍ଚିମ ସୋମନାଥ, ଳୋକନାଥବାବା, ଓଁକାର ନାଥ ବାବା, ଚମ୍ପେଶ୍ୱର ବାବା, ପଚଂରଥ ମନ୍ଦିର ଆଦି ଶିବାଳୟରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିରହିଛି । ଭକ୍ତଙ୍କ ପାଇଁ ରବିବାର ରାତିରେ ବିଭିନ୍ନ ଶିବାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ମଝିପଡା, ବ୍ଲକଛକ, ପରି ଅନେକ ସ୍ଥାନରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି ।

କାଉଡ଼ିଆମାନେ ଭୋରରୁ ନଦୀରେ ଗାଧୋଇବା ପରେ ନଦୀ କୂଳରେ ପୂଜାର୍ଚ୍ଚନା କରିବା ପରେ ପାଣି ଉଠାଇ ଶିବାଳୟ ଅଭିମୁଖେ ଯାତ୍ରା କରିଥିଲେ । କାଉଡ଼ିଆ ମାନେ ଶିବାଳୟ ଅଭିମୁଖେ ଯାତ୍ରା କଲା ବେଳେ ବୋଲ ବୋମ୍‍ ନାରା ଦେଉଥିଲେ । ଏହି ନାରାରେ ରାଜପଥ ପ୍ରକମ୍ପିତ ହେଉଥିଲା । ଏପରିକି ବିଭିନ୍ନ ଶିବାଳୟରେ ନାମ ସଂକିର୍ତ୍ତନ ପରିବେଷଣ କରାଯିବା ସହ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ତେବେ ଭକ୍ତଙ୍କ ସେବା କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ ସାଙ୍ଗକୁ ନାମ ସଂକିର୍ତ୍ତନ୍ୟର ଆୟୋଜନ ମଧ୍ୟ କରିଛନ୍ତି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

 

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.