ଭକ୍ତଙ୍କ ଗହଣରେ ମହାଦେବ : ଆଜି ଶ୍ରାବଣର ଅନ୍ତିମ ସୋମବାର
ବୋଡେନ,୧୨/୮ : ଆଜି ଚଳିତ ବର୍ଷ ଶ୍ରାବଣ ମାସର ଶେଷ ସୋମବାର । ନୂଆପଡା ଜିଲ୍ଲାର ବିଭିନ୍ନ ଶୈବପିଠ ମାନଙ୍କରେ ପ୍ରବଳ ଜନ ସମାଗମ ପରିଳକ୍ଷିତ ହେଉଥିବାବେଳେ ବୋଡେନ ବ୍ଳକ ସ୍ଥିତ ଲର୍କା ଶୈବପିଠରେ ବୋଳବମ ଭକ୍ତଙ୍କ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଲିଛି । ମହାଦେବଙ୍କ ପ୍ରିୟ ମାସ ଶ୍ରାବଣରେ ତାଙ୍କୁ ସନ୍ତୁଷ୍ଠ କରିବାପାଇଁ ଦୂର ଦୂରାନ୍ତରୁ ବୋଳବମ ଭକ୍ତ ମାନେ ଛୁଟି ଆସିଛନ୍ତି । ଆଜି ଭୋର ସକାଳରୁ ମଧ୍ୟାନ୍ନ ପର୍ଯ୍ୟନ୍ତ ଭକ୍ତମାନଙ୍କ ସମାଗମରେ ମନ୍ଦିର ଉତ୍ସବ ମୂଖର ହୋଇ ପଡିଛି । ବୋଲବମ ଭକ୍ତମାନେ ସୁଦ୍ଧପୂତ ଭାବେ ବିଭିନ୍ନ ନଦୀ ଓ ଜଳାଶୟ ମାନଙ୍କରୁ ପବିତ୍ର ଜଳଆଣି ଶିବଲିଙ୍ଗରେ ଲାଗି କରିଛନ୍ତି । ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ମନୋକାମନା ପୁରଣ ହୋଇଥାଏ ବୋଲି ଭକ୍ତଙ୍କ ପ୍ରଗାଢ ବିଶ୍ବାସ ରହିଛି । ଏହି ବିଶ୍ବାସକୁ ଆଧାରକରି ଲର୍କା ଶୈବପିଠକୁ ବୋଲବମ ଭକ୍ତମାନଙ୍କ ସୁଅ ଛୁଟିଛି ।