ଶାନ୍ତିନିକେତନରେ ନୂଆଁଖାଇ ଭେଟଘାଟ୍

ଓଡ଼ିଆ ବାର୍ତ୍ତା/ ଶାନ୍ତିନିକେତନ: ବିଶ୍ଵଭାରତୀ ସାହିତ୍ୟ ପରିଷଦ ତରଫରୁ ପଶ୍ଚିମବଙ୍ଗର ଶାନ୍ତିନିକେତନ ଠାରେ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିନିକେତନରେ ଅଧ୍ୟୟନ କରୁଥିବା ଓଡ଼ିଶାର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ମାଁ ସମଲେଇଙ୍କ ପାଖରେ ପୂଜାର୍ଚ୍ଚନା କରି ନବାନ୍ନ ଭକ୍ଷଣ ହୋଇଥିଲା। ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ ପିଠା ଖିରି ଆଦି ପ୍ରସ୍ତୁତ ହୋଇଥିଲା। ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିଥିଲେ। ନୂଆଁ ଖାଇସାରିବା ପରେ ବୟୋଜ୍ୟେଷ୍ଠଙ୍କଠାରୁ ଛୋଟମାନେ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ପରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରମାନେ ମାଁ ସମଲେଇଙ୍କ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କନ କରିଥିଲେ। ଘରଠୁ ଦୂରରେ ତଥା ରାଜ୍ୟ ବାହାରେ ରହି ମଧ୍ୟ ନିଜ ସଂସ୍କୃତି, ଓଡ଼ିଆ ପର୍ବର ପାଳନ କରି ଓଡ଼ିଆ ପରମ୍ପରାକୁ ବଞ୍ଚାଇ ରଖିବାରେ ଏହା ବିଶ୍ଵଭାରତୀ ସାହିତ୍ୟ ପରିଷଦର ଅନନ୍ୟ ପ୍ରୟାସ। ଏହାର ଗୋଟିଏ ଝଲକ ହେଉଛି ନୂଆଁଖାଇ ପର୍ବ। ଏଥିରେ ଡ. ହରେକୃଷ୍ଣ ମିଶ୍ର, ପ୍ରଣତି ମିଶ୍ର, ଡ. ସୁଶିଲ କୁମାର ସାହୁ, ଡ. ରମେଶ ମେହେର, ଡ. ସନତ କୁମାର ରଥ, ଡ. କାହ୍ନୁ ଚରଣ ସାହୁ, ଡ. ଇନ୍ଦ୍ରମଣି ସାହୁ, ଡ. ଶରତ କୁମାର ଜେନା, ଅମୂଲ୍ୟ କୁମାର ଜେନା, ରଶ୍ମିରେଖା ମେହେର, ଡ. ଦେବାଶିଷ ପଣ୍ଡା, ପ୍ରତିମା ମଲ୍ଲିକ, ସୌରଭ ଜାଲ, ବିବେକ ପଟେଲ, ବାସୁଦେବ ଚୌହାନ, ଆୟୁଷ ଗୁରୁ, ଯଜ୍ଞାସେନୀ ନାୟକ, ସାଇଲକ୍ଷ୍ମୀ ଜେନା, ଶ୍ରୀତମ ବାରିକ, ଶୁଭମ ଦେହେରୀ, ଲିକିସ୍ମିତା ଦାସ, ମାମିନା ପ୍ରଧାନ , ବିକାଶ ସାହୁ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ପରିଷଦର ସଦସ୍ୟ ମାନେ ଯୋଗଦେଇ ଆୟୋଜନକୁ ସଫଳ କରାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.