ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ କ୍ରୀଡ଼ା ଶିକ୍ଷକ ସନ୍ତୋଷାନନ୍ଦ ନାୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଜଣେ ସୁନାମଧନ୍ୟ କ୍ରୀଡ଼ା ଶିକ୍ଷକ ସନ୍ତୋଷାନନ୍ଦ ନାୟକ। ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି। ନର୍ଲା ବ୍ଲକ ତୁଳାପଡା ସ୍ଥିତ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ନାୟକ କ୍ରୀଡା କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିଥିବା ବେଳେ ଅତୀତରେ ଜାତୀୟସ୍ତରର କ୍ରୀଡା ପରିଚାଳନା କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଶ୍ରୀ ନାୟକ ମନୋନୀତ ହୋଇଥିବା ଖବର ଜଣା ପଡ଼ିବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠ ତୁଲାପଡା ସମେତ ମାଁ ପାଟରାଣୀ ସାଂସ୍କୃତିକ ଅନୁଷ୍ଠାନ, ମହାକାଲ୍ ଟିମ୍ ତୁଳାପଡା, ବିଭିନ୍ନ କ୍ରୀଡା ସଂଗଠନ, ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସାମ୍ବାଦିକ ୟୁନିଅନ(ଓୟୁଜେ) ର ଉପ ସଭାପତି ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ସୁନୀଲ ଧଙ୍ଗଡାମାଝୀ, ଅନୀଲ ଅଗ୍ରୱାଲ, ଦୀପକ ମହାନ୍ତି, ରଞ୍ଜନ ମହାନ୍ତି, ଜାତୀୟ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ସାମ୍ବାଦିକ ମନୋଜ କୁମାର ଷଢ଼ଙ୍ଗି, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ସମିତି ସଦସ୍ୟ ସଂଘ ସଭାପତି ଜୟ ମେହେର ମଧ୍ୟ ଶୁଭେଚ୍ଛା ଜଣାଯାଇଛନ୍ତି। 

 

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.