ପ୍ରତାପପୁର ସ୍କୁଲପଡ଼ାରେ ନୂଆଁଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ପ୍ରତାପପୁର ଗାଁର ସ୍କୁଲପଡ଼ାରେ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ ହୋଇଯାଇଛି। ଏହି ସ୍କୁଲପଡ଼ାର ଯୁବକ ସଂଘ ଓ ଗଣେଶପୂଜା କମିଟି ତରଫରୁ ଗାଁ ମଝିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କମିଟି ସଭାପତି କପିଲ୍ ଶବର ସଭାପତିତ୍ଵ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଚମ୍ପାଦେଇପୁ ସରପଞ୍ଚ ନରେନ୍ଦ୍ର ମାଝୀ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ନିଲେଶ କୁମାର ନାଗ, ଗୋପାଳ ଦାସ ମହାନନ୍ଦ ପ୍ରତାପପୁର ୱାଡ୍ ମେମ୍ବର କରୁଣା ନାଏକ, ବରିଷ୍ଠ ନାଗରିକ ନିରାକାର ଶବର,ଶିବ ବଗର୍ତ୍ତୀ, ଉତ୍ସବ ବଗର୍ତ୍ତୀ, ରଘୁନାଥ ପତି ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି କମ୍ବୁପାଣି ଗଉଡ଼,ଭନ୍ଦ୍ର ଶବର, ଯୁଜେଷ୍ଠି ମାଝୀ, ବନମାଳୀ ଗଉଡ଼, ଗୁନ ମାଝୀ, ଭାମା ଶବର, ଗୈାରୀ ମାଝୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଗାଁର କଳାକାରମାନେ ନେଇ ନୃତ୍ୟ, ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଗାଁର ମହିଳା ମାନଙ୍କୁ ନେଇ ଝୁଟି, ହୁଳହୁଳି ଓ ମ୍ୟାଜିକ୍ ଚେୟାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ହୃଷିକେଶ ନନ୍ଦ ସଂଯୋଜନା କରିଥିଲେ। ଏଥିରେ କମିଟିର ଉପସଭାପତି ବିରଞ୍ଚି ମାଝୀ, ସଦସ୍ୟ ଭକ୍ତବନ୍ଧୁ ପତି, ଜତିନ୍ଦ୍ର ନନ୍ଦ, ଭକ୍ତ ଶବର, ମାଧବ ବାଗ, ସୁଦାମ ମାଝୀ, ଟିକେଚନ ବାଗ, ଆକାଶ ମାଝୀ, ଗୁପ୍ତେ ମାଝୀଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.