ସାମାନ୍ୟ ବର୍ଷାରେ ବେହାଲ ସିନ୍ଧିବାହାଳୀ-ଗାରେଶ ରାସ୍ତା

ଯମ ଯନ୍ତ୍ରଣା ଭୋଗୁଛନ୍ତି ଅଞ୍ଚଳବାସୀ : ବାରମ୍ବାର ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ଲୋକେ ଅନେକ ସମୟରେ ଯମ ଯନ୍ତ୍ରଣା ଭୋଗୁଛନ୍ତି। ସରକାର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ତିଆରି କରୁଛନ୍ତି ସତ। ହେଲେ ଦୁର୍ଗମ ଉପାନ୍ତ ଅଞ୍ଚଳର ଅନେକ ଗାଁରେ ଅପହଞ୍ଚ ମୌଳିକ ସୁବିଧା।ଏବେ ବି ଭଲ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ବିଭିନ୍ନ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦୁର୍ଗମ ଅଞ୍ଚଳର ଲୋକେ। ଏଭଳି ଅଭିଯୋଗ ଆସୁଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଅଞ୍ଚଳ ବେଡ଼ାଗାଁ ପଞ୍ଚାୟତ ଅନ୍ତର୍ଗତ ଗାରେଶ ଗାଁରୁ। ସୂଚନାଯୋଗ୍ୟ ସିନ୍ଧିବାହାଲିରୁ-ଗାରେସ ଓ ଦେହେଡ଼ା ଗାଁକୁ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ହୋଇଥିବା ବେଳେ ସାମାନ୍ୟ ବର୍ଷା ହେଲେ ପ୍ରବଳ କାଦୁଅ ହେବା ସହ ଯାନବାହାନ ଯିବା ତ ଦୂରର କଥା ପାଦରେ ଚାଲିଯିବା କଷ୍ଟକର ହୋଇପଡୁଛି। ଏହି ରାସ୍ତା କୁମଖାଲ ଛକରୁ ସିନ୍ଧିବାହାଲି ଦେଇ ଗାରେସ ଓ ଦେହେଡ଼ା ଗାଁକୁ ସଂଯୋଗ କରୁଥିବାବେଳେ କୁମଖାଲ୍ ଛକରୁ ସିନ୍ଧିବାହାଲି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି ସତ ହେଲେ ତାହା ବି ବର୍ତମାନ ଅତି ଶୋଚନୀୟ ଅବସ୍ଥା। କୁମଖାଳ ଛକରୁ ସିନ୍ଧିବାହାଳୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ସିନ୍ଧିଁବାହାଲି ମଶାଣି ଜଙ୍ଗଲରୁ ଗାରେଶ ଗାଁ ପର୍ଯ୍ୟନ୍ତ ଖାଲଖମାରେ ପରିପୂର୍ଣ୍ଣ ମାଟି ରାସ୍ତା ଟିଏ ରହିଛି। ଫଳରେ ସାମାନ୍ୟ ବର୍ଷା ହେଲେ କାଦୁଅ ପଚ ପଚ ହେବା ସହ ଛୋଟ ବଡ଼ ଖାଲଖମାରେ ପାଣି ଜମି ରହୁଛି। ଏହି ରାସ୍ତା ପାଇଁ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଅନେକ ଗର୍ଭବତୀ ଓ ଗୁରୁତର ରୋଗୀ। ଚାରି ଚକିଆ ଯାନବାହାନ ଯିବା ତ ଦୂରର କଥା ଦୁଇ ଚକିଆ ଗାଡ଼ିରେ ଯିବା ବି କାଠିକର ପାଠ ହେଉଛି। ଏହି ରାସ୍ତାରେ ଯିବା ଆସିବା ସମୟରେ ଅସାବଧାନତା ହେଲେ ଦୁର୍ଘଟଣା ହେବାର ଆଶଙ୍କା ଦେଖାଦେଇଛି।ଏମିତି କି ଏକାଧିକ ଲୋକେ ଦୁର୍ଘଟଣାର ଶିକାର ହୋଇ ଆହତ ମଧ୍ୟ ହୋଇ ସାରିଲେଣି। ତେବେ ଏହି ରାସ୍ତା ଦେଇ ଗାରେଶ, ଦେହେଡ଼ା, ବେଲଭଟା, ବେଲଗୁଡ଼ାଙ୍ଗ, ସର୍ଗିଲେପା, ମନସ୍ତରା, ତାଡ଼ିଝୋଲା, ଆଡ଼େଶ୍ୱର ଓ ସଲପାଙ୍ଗ ଗାଁର ଏକ ହଜାରରୁ ଉର୍ଦ୍ଧ ଲୋକେ ଦୋକାନ ବଜାର,ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ତଥା ବିଭିନ୍ନ କାମରେ ଯାତାୟାତ କରିଥାଆନ୍ତି। ଉକ୍ତ ରାସ୍ତାରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନେ ଯିବାପାଇଁ ବାଧକ ସୃଷ୍ଟି ହେଉଛି। ତେବେ ସୋମବାର ଜଣେ ଶିକ୍ଷକଙ୍କ ମଟର ସାଇକେଲ କାଦୁଅରେ ଖସି ପଡ଼ିଯାଇଥିବା ବେଳେ ସେ ଜଣେ ଥିବାରୁ ମଟର ସାଇକେଲକୁ ଉଠାଇ ପାରିନଥିଲେ। ତେବେ ଦିର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ସେହି ଯାଗାରେ ବସି ରହିଲା ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେ ମଟରସାଇକେଲ ଉଠାଇ ବିଦ୍ୟାଳୟକୁ ଯାଇଥିଲେ। ତେବେ ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ତେଣୁ ଯଥା ସମ୍ଭବ ଉକ୍ତ ରାସ୍ତା ପ୍ରତି ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରି ରାସ୍ତା ନିର୍ମାଣ କରିବାକୁ କାଳିଆ ବିଭାର, ବିପିନ୍ଦ୍ର ବିଭାର, ଫଗୁଲାଲ ହରପାଳ, ଅଚ୍ୟୁତ ହରପାଳ, ଗଗନେ ବିଭାର, ଗୋବିନ୍ଦ ହରପାଳ, ଦିନେଶ ମାଝୀ, ଅଶୋକ କୁମାର ହରପାଳ ପ୍ରମୁଖଙ୍କ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.