କେନ୍ଦୁଉଡ଼ାର ହାଇସ୍କୁଲ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ସ୍ଥିତ ଅଖିଳ ଭାରତୀୟ ଆଦିବାସୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ଅଚ୍ୟୁତ ବଗର୍ତ୍ତୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସ୍ଵାଧୀନ ବୁଡେକଙ୍କ ଅଧ୍ୟକ୍ଷତା ତଥା ଶିକ୍ଷକ ସଞ୍ଜୟ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସରପଞ୍ଚ ପୁଷ୍ପାଞ୍ଜଳି ମାଝୀ ମୁଖ୍ୟ ଅତିଥି, ଶିକ୍ଷକ ରୋହିତାଶ୍ୱ ସୁଆର ମୁଖ୍ୟ ବକ୍ତା, ସମିତି ସଭ୍ୟା ଗୀତାଞ୍ଜଳି ଖଣ୍ଡଗିରି, ପରିଚାଳନା କମିଟି ସଭାନେତ୍ରୀ ରୁକ୍ମିଣୀ ପୋଢ଼, ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଅତିଥିଗଣ ଶ୍ରୀ ବଗର୍ତ୍ତୀଙ୍କ କର୍ମମୟ ଜୀବନ ସମ୍ବନ୍ଧରେ କହିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ |ତ୍ରୀଲୋଚନ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ହରିଶ୍ଚନ୍ଦ୍ର ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଦସ୍ୟ ସାଧୁ ମିର୍ଦ୍ଧା, ପୁରୁଷୋତ୍ତମ ନିଆଲ, ଆଲୁମନି କମିଟି ସଭାପତି ହିମାଂଶୁ ମାଝୀ, ସଦସ୍ୟ ଭୂପିନ୍ଦ୍ର ବାଗ, ନୀଳାମ୍ବର ପ୍ରଧାନୀ, ପ୍ରକାଶ ବଗର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟଗଣ ଉପସ୍ଥିତ ରହିଥିବା ବେଳେ ବଳଦେବ ସାହୁ, କୁବେର ପ୍ରଧାନୀ, ଗରିବ ବାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.